ଅନଲାଇନ ଗେମ୍ ମାୟାରେ ବାୟା ଯୁବପିଢି । ରାତାରାତି ଧନୀ ହେବା ଲୋଭରେ ହରାଉଛନ୍ତି ହଜାର ହଜାର ଟଙ୍କା ।

Advertisment

ଅନଲାଇନ ଗେମ୍ ମାୟାରେ ଯୁବପିଢ଼ି ବାୟା। ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି

ଅନଲାଇନ ଗେମ୍ ମାୟାରେ ଯୁବପିଢ଼ି ବାୟା। ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି

online game

କନକ ବ୍ୟୁରୋ: ଅନଲାଇନ ଗେମ୍ ମାୟାରେ ଯୁବପିଢ଼ି ବାୟା। ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି। ପୁରୀ ଜିଲ୍ଲାରେ ଜଣେ ଯୁବକ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେଣୁ ଅନଲାଇନ ଗେମ ଉପରେ ନିୟନ୍ତ୍ରଣ ନରହିଲେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । 

ପୁରୀ ଜିଲ୍ଲା ସଦର ଅଞ୍ଚଳର ସୂର୍ଯ୍ୟନାରାୟଣ ପଣ୍ଡା। ପୂଜାପାଠ କରି ଦକ୍ଷିଣା ପାଇଥିବା ୧୯ ହଜାର ଟଙ୍କା ରଖିଥିଲେ । ଏଥିରେ ନିଜ ଅସୁସ୍ଥ ଭଉଣୀର ଚିକିତ୍ସା କରିଥାନ୍ତେ। କିନ୍ତୁ ଅନଲାଇନ ଗେମ୍ ଖେଳି ଟଙ୍କା ହରାଇବା ପରେ ସୂର୍ଯ୍ୟମଣି ଅତ୍ମହତ୍ୟା ଉଦ୍ୟମ କରିଥିଲେ । ସାଙ୍ଗମାନେ ଠିକ ସମୟରେ ପହଞ୍ଚି ତାଙ୍କୁ ବଞ୍ଚାଇଛନ୍ତି।

ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ମନୋଜ ବାରିକ । ବିୟୁଟି ପାର୍ଲର କରି ସଞ୍ଚୟ କରିଥିବା ୧୬ ହଜାର ଟଙ୍କା ଅନଲାଇନ ଗେମ୍ ଖେଳି ହରାଇଛନ୍ତି। ରାଗରେ ନିଜ ଦାମୀ ମୋବାଇଲ ଫୋନ୍ ଭାଙ୍ଗି ଦେଇଛନ୍ତି ମନୋଜ ।

ଅନଲାଇନରେ ଅଭିନେତାଙ୍କ ବିଜ୍ଞାପନ ଦେଖି ଯୁବପିଢ଼ି ଓ କୋମଳମତି ପିଲାମାନେ ଲୋଭରେ ପଡୁଛନ୍ତି । ଗାଁ ମୁଣ୍ଡ ବରଗଛ ମୂଳ ହେଉ କି କାହା ଦାଣ୍ଡପିଣ୍ଡା, ଯେଉଁଠି ଦେଖିବେ ମୋବାଇଲରେ ଅନଲାଇନ ଗେମ ଖେଳୁଛନ୍ତି। ରାତାରାତି ଅଧିକ ରୋଜଗାର ଆଶାରେ ନିଜର ଓ ପରବାରର ଟଙ୍କା ହରାଇ କିଏ ଆତ୍ମହତ୍ୟା କରୁଛି ତ କିଏ ଗାଁ ଛାଡ଼ିବାକୁ ବାଧ୍ୟ ହେଉଛି । ଅନଲାଇନ ଗେମ ଉପରେ ଅଙ୍କୁଶ ଲଗାଇବାକୁ  ଅଭିଭାବକ ଓ ବରିଷ୍ଠ ନାଗରିକମାନେ ଅନୁରୋଧ କରିଛନ୍ତି।  ତେଣୁ ଅନଲାଇନ ଖେଳ ଉପରେ ଅଙ୍କୁଶ ନଲାଗିଲେ ବହୁ ଲୋକ ବିପୁଳ ଅର୍ଥ ହରାଇବା ସହ ଅଘଟଣର ଆଶଙ୍କା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe