Photograph: (KANAKNEWS)
କନକବ୍ୟୁରୋ : ଯାଜପୁରର ଯାତ୍ରା ଆଖଡାଶାଳରେ ଦେଖିବାକୁ ମିଳିଛି ଅଜଗର । ଯାତ୍ରା ପାର୍ଟି ତୁଳସୀ ଗଣନାଟ୍ୟର ଆଖଡାଶାଳରେ ଜଣେ ଅଭିନେତା ଅଜଗର ଧରି ଅଭ୍ୟାସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲିଚନ୍ଦ୍ରପୁର ଥାନା ବିକ୍ରମପୁର ଯାତ୍ରା ଆଖଡାଶାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ଚଣ୍ଡିଖୋଲ ବନ ବିଭାଗ ରେଞ୍ଜ ଅଫିସ ପକ୍ଷରୁ ଚଢାଉ କରାଯାଇଛି । କେଉଁ ପରିସ୍ଥିତିରେ ଜୀବନ୍ତ ଅଜଗରକୁ ନେଇ ଅଭିନୟ କରିଥିଲେ ସେ ନେଇ ପଚରାଉଚରା କରୁଛି ପୁଲିସ ।
Follow Us