କନକ ବ୍ୟୁରୋ : ଆଖିବୁଜିଲା ହାତୀ ଯଶୋଦା। ଶିମିଳିପାଳ ଅଭୟାରଣ୍ୟରେ ହାତୀ ଯଶୋଦାର ମୃତ୍ୟୁ ହୋଇଛି । ୬ ମାସ ତଳେ ଯଶୋଦାକୁ ଚନ୍ଦକା ଅଭୟାରଣ୍ୟରୁ ଶିମିଳିପାଳକୁ ଆଣାଯାଇଥିଲା । ଆସିବା ସମୟରୁ ଯଶୋଦା ଅସୁସ୍ଥ ରହିଥିଲା । ଗତ ତିନିମାସ ହେବ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନେକ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଜେନାବିଲରେ ତାର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ଯଶୋଦାର ବୟସ ୬୦ ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ରହିଛି ।