କେଉଁଠି ବି ସୁରକ୍ଷିତ ନାହାନ୍ତି ନାରୀ, ରାଜଧାନୀର କଡ଼ା ସୁରକ୍ଷା ବଳୟ ଭିତରେ ଥିବା ମନ୍ତ୍ରୀଙ୍କ କ୍ବାର୍ଟର ଆଗରେ ଯୁବତୀଙ୍କୁ ଟଣାଓଟରା

ଅଭିଯୁକ୍ତକୁ କାବୁ କଲେ ସ୍ଥାନୀୟ ଲୋକ ।

ଉପାନ୍ତରୁ ଉପକୂଳ ଅସୁରକ୍ଷିତ ନାରୀ

ଉପାନ୍ତରୁ ଉପକୂଳ ଅସୁରକ୍ଷିତ ନାରୀ Photograph: (KanakNews)

କନକ ବ୍ୟୁରୋ:  ରାଜଧାନୀର କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଅଂଚଳ ନାରୀଙ୍କ ପାଇଁ ନୁହେଁ ସୁରକ୍ଷିତ । ହାଇ ସିକ୍ୟୁରିଟି ଜୋନ୍‌ରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଏଜି ଛକରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାଟର ସମ୍ମୁଖରେ ଯୁବତୀଙ୍କୁ ଅସଦାଚରଣ । ଯୁବତୀ ଜଣଙ୍କ ପାଟି କରିବାରୁ ଗାଡ଼ିରେ ଆସୁଥିବା ଲୋକଙ୍କ ଦ୍ଵାରା ଉଦ୍ଧାର ।

ଫରେଷ୍ଟ ପାର୍କରୁ ରାତି ସାଢେ଼ ୮ଟା ବେଳେ ବାହାରି ଏଜି ଛକକୁ ଚାଲି ଚାଲି ଯାଉଥିବା ବେଳେ ଜଣେ ମୋବାଇଲ ଛଡାଇ ନେଇ ଟଣାଓଟରା କରୁଥିଲା । ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତା ଠାରୁ ଉଦ୍ଧାର କରି ଥିଲେ। ନିଶାଖୋର ଅବସ୍ଥାରେ ଜଣେ ଯୁବକକୁ ଆୟତ୍ତ କଲେ ଲୋକ। ଘଟଣାସ୍ଥଳରେ କମିଶନରେଟ ପୁଲିସ ପହଞ୍ଚି ଉଭୟ ମଦ୍ୟପ ଯୁବକ ଓ ଯୁବତୀଙ୍କୁ କ୍ୟାପିଟାଲ ଥାନାରେ ପଚରାଉଚରା କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe