ଚେନ ଝାମ୍ପିବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା, ଫେରାର ମୋଷ୍ଟ ୱାଣ୍ଟେଡ ଲୁଟେରାକୁ ବାନ୍ଧିଲା ପୁଲିସ

Advertisment

ଲବଣଗିରିରେ ଚେନ ଝାମ୍ପିବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା । ଫେରାର ମୋଷ୍ଟ ୱାଣ୍ଟେଡ ଲୁଟେରାକୁ ବାନ୍ଧିଲା ପୁଲିସ । ଝାଡ଼ଖଣ୍ଡରୁ ଖସି ଆସି ବଡ଼ବିଲରେ ଲୁଚିଥିବା ବେଳେ, ଉଠାଇ ଆଣିଲା ଏୟାରଫିଲଡ ଥାନା ।

ଲବଣଗିରିରେ ଚେନ ଝାମ୍ପିବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା । ଫେରାର ମୋଷ୍ଟ ୱାଣ୍ଟେଡ ଲୁଟେରାକୁ ବାନ୍ଧିଲା ପୁଲିସ । ଝାଡ଼ଖଣ୍ଡରୁ ଖସି ଆସି ବଡ଼ବିଲରେ ଲୁଚିଥିବା ବେଳେ, ଉଠାଇ ଆଣିଲା ଏୟାରଫିଲଡ ଥାନା ।

arrest 1

କନକ ବ୍ୟୁରୋ : ଭୁବନେଶ୍ବର ଏୟାରଫିଲଡ଼ ଥାନା ଲବଣଗିରିରେ ଚେନ ଝାମ୍ପିବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣାରେ  ଫେରାର ଥିବା ମୋଷ୍ଟ ୱାଣ୍ଟେଡ ଲୁଟେରାକୁ ବାନ୍ଧିଲା ପୁଲିସ । ଝାଡ଼ଖଣ୍ଡରୁ ଖସି ଆସି ବଡ଼ବିଲରେ ଲୁଚିଥିବା ବେଳେ, ଉଠାଇ ଆଣିଲା ଏୟାରଫିଲଡ ଥାନା । ଝାଡ଼ଖଣ୍ଡର ଏହି ପେସାଦାର ଅପରାଧୀକୁ ଏବେ ଭୁବନେଶ୍ୱର ଆଣାଯାଉଛି । ତା ନାଁରେ ମାଳମାଳ ମାମଲା ରହିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ତେବେ ଦୁଇ ଅଭିଯୁକ୍ତଙ୍କ ଭିତରୁ ଝିଙ୍ଗରୁକୁ ଗିରଫ କରାଯାଇଥିଲା, ହେଲେ ଗାଡ଼ି  ଚଳାଉଥିବା ଅଭିଯୁକ୍ତ ଖସି ଯାଇଥିଲା । ୪ ଶହ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତଙ୍କ ଟେର ପାଇଥିଲା ପୁଲିସ । ହରିରାଜପୁର ସୋମନାଥ ଦର୍ଶନ ବେଳେ ମହିଳା ୟୁ ବିଷ୍ଣୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା । ୧୩ ନଭେମ୍ବରରେ ଏହି ଚେନ୍ ସ୍ନାଚିଂ ଘଟିଥିଲା  ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe