କନକ ବ୍ୟୁରୋ : ଖାଲି ପଦବୀ ପୁରଣ ନକରି ଅତିରିକ୍ତ ପଦବୀ ସୃଷ୍ଟି କରୁଛି ଶ୍ରୀମନ୍ଦିର ପ୍ରଶାସନ। ନୂଆ ବା ଅତିରିକ୍ତ ପଦବୀ ମଞ୍ଜୁର ହେଲେ କିଏ ଭରଣା କରିବ ଅର୍ଥ, ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ସ୍ପଷ୍ଟୀକରଣ ମାଗିଛି ଆଇନ ବିଭାଗ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖାଲି ପଡ଼ିଛି ପ୍ରାୟ ୩୩୫ ପଦବୀ । ଏହାକୁ ସରକାରୀ ସ୍ତରରେ ପୂରଣ ନକରି ଏହା ସମତୁଲ ପଦବୀ ସୃଷ୍ଟି କରିଛି ଶ୍ରୀମନ୍ଦିର ପ୍ରଶାସନ । ଖାଲି ପଡ଼ିଥିବା ୩ କିରାଣୀ ପଦବୀ ପୂରଣ ନକରି ୧୩ ଟି ଅତିରିକ୍ତ ବରିଷ୍ଠ କିରାଣୀ ପଦବୀ ସୃଷ୍ଟି କରି ପୂରଣ କରିବାକୁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏକାଧିକ କମାଣ୍ଡର, ରାଇଟର୍ସ,ବରିଷ୍ଠ କିରାଣୀ ଇତ୍ୟାଦି ପଦବୀ ସୃଷ୍ଟି କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ସ୍ପଷ୍ଟୀକରଣ ଲୋଡାଜିବା ସହ ଏହାର ଆବଶ୍ୟକତା ଓ ଯଥାର୍ଥତା କଣ ମଗାଯାଇଛି । ସିଫ୍ଟ ପାର୍ଟନର,ଡ୍ୟୁଟି ସିଡ୍ୟୁଲ,ସର୍ଭିସ୍ ବେଞ୍ଚମାର୍କ ଦୃଷ୍ଟିରୁ ନୂଆ ପିଲିଗ୍ରାମ ଆସିଷ୍ଟାଣ୍ଟ ପୋଷ୍ଟ ପୂରଣ ଆବଶ୍ୟକତା ଉପରେ ମଧ୍ୟ ସ୍ପଷ୍ଟ କରାଯାଉ ବୋଲି ଚିଠି ରେ ଉଲ୍ଲେଖ ରହିଛି । ପୂର୍ବରୁ ଖାଲିଥିବା ବରକନ୍ଦାଜ୍ ବା ଜେଟିପି ପୋଷ୍ଟଗୁଡ଼ିକ ପୂରଣ ନକରି ଏକ ପ୍ରାଇଭେଟ୍ ଏଜେନ୍ସି ମାଧ୍ୟମରେ ଜେଟିପି ସ୍କ୍ୱାର୍ଡ ନିଯୁକ୍ତି କରି ପୂର୍ବରୁ ସନ୍ଦେହ ଘେରରେ ରହିଛି ଶ୍ରୀମନ୍ଦିର ପ୍ରଶାସନ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us