ବିରାଟ କୋହଲି ହେବେ କି କ୍ୟାପଟେନ୍? RCB ଟିମ୍ COO କଲେ ବଡ଼ ଖୁଲାସା

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ମେଗା ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ରଣନୀତିକୁ କଡ଼ା ସମାଲୋଚନା କରାଯାଇଥିଲା । ଖାସ୍ କରି ଏହି ଫ୍ରାଞ୍ଚାଇଜ୍ ଅଧିନାୟକ ହେଲା ଭଳି ଖେଳାଳିଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାରେ କଞ୍ଜୁସି କରିଥିଲା ବୋଲି ଅନେକ ଅଭିଯୋଗ କରିଥିଲେ ।

ବିରାଟ ହେବେ କି କ୍ୟାପଟେନ୍?

ବିରାଟ ହେବେ କି କ୍ୟାପଟେନ୍? Photograph: (KanakNews )

କନକ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ମେଗା ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ରଣନୀତିକୁ କଡ଼ା ସମାଲୋଚନା କରାଯାଇଥିଲା । ଖାସ୍ କରି ଏହି ଫ୍ରାଞ୍ଚାଇଜ୍ ଅଧିନାୟକ ହେଲା ଭଳି ଖେଳାଳିଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାରେ କଞ୍ଜୁସି କରିଥିଲା ବୋଲି ଅନେକ ଅଭିଯୋଗ କରିଥିଲେ । ରିଷଭ ପନ୍ତ ଆଉ କେ ଏଲ ରାହୁଲଙ୍କୁ ଦଳରେ ସାମିଲ କରିବାକୁ ,ଆରସିବି ଅଧିକ ଟଙ୍କା ଖର୍ଚ୍ଚ କରିନଥିଲା । ଆଉ ଏହାପରେ ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଦଳର ଅଧିନାୟକ ନିଯୁକ୍ତି ହୋଇପାରନ୍ତି । ହେଲେ ଏବେ ଆରସିବି ଫ୍ରାଞ୍ଚାଇଜର ସିଓଓ ଏହାକୁ ନେଇ କରିଛନ୍ତି ଏକ ବଡ଼ ଖୁଲାସା ।

ଜାତୀୟ ଗଣମାଧ୍ୟମକୁ ଏକ ଇଣ୍ଟରଭ୍ୟୁ ଦେଇ ଆରସିବିର ସିଓଓ ରାଜେଶ ମେନନ୍ କହିଛନ୍ତି ଯେ, ତାଙ୍କ ଦଳରେ ଅନେକ ଲିଡର ଅଛନ୍ତି, ଆଉ ଅଧିନାୟକ କିଏ ହେବ, ତାକୁ ନେଇ କିଛି ବି ଧାର୍ଯ୍ୟ ହେଇନି । ବର୍ତ୍ତମାନ ଏନେଇ କିଛି ବି ନିଷ୍ପତ୍ତି ହେଇନି । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ  ୪ରୁ ୫ ଜଣ ଲିଡର ହେଲାଭଳି ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି । ତେବେ ଆମେ ବିଚାର କରିବୁ ଏବଂ ତା’ପରେ ଏକ ନିଷ୍କର୍ଷରେ ପହଞ୍ଚିବୁ ବୋଲି ସେ କହିଛନ୍ତି ।

ନିଲାମରେ କଣ କରିଥିଲା ଆରସିବି?

 ଏଥର ଆଇପିଏଲ୍ ନିଲାମରେ ଆରସିବିର ରଣନୀତି ଦେଖି ପ୍ରଶଂସକ ଏବଂ ଅନେକ ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟ ହୋଇଥିଲେ । କାହିଁକି ନା, ନିଲାମରେ ସେମାନଙ୍କର ସବୁଠାରୁ ମହଙ୍ଗା ପସନ୍ଦ ଥିଲା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜେଲଉଡ୍, ଯାହାଙ୍କୁ ୧୨.୫୦ କୋଟି ଟଙ୍କାରେ କିଣିଥିଲା ଆରସିବି । ସେହିପରି ସବୁଠାରୁ ମହଙ୍ଗା ବିଦେଶୀ ବ୍ୟାଟସମ୍ୟାନ ଭାବେ ଇଂଲଣ୍ଡର ଓପନର ଫିଲ୍ ସଲ୍ଟଙ୍କୁ ଦଳରେ ସାମିଲ କରିଥିଲା ବାଙ୍ଗାଲୋର । ହେଲେ ଏହି ଖେଳାଳିମାନଙ୍କର ପ୍ରଦର୍ଶନ କିନ୍ତୁ ତାଙ୍କ ଟଙ୍କା ଅନୁସାରେ ଠିକ୍ ନୁହେଁ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ରଖିଥିଲେ ।

ତେବେ RCBର ସିଓଓ ମେନନ ରଣନୀତି ବ୍ୟାଖ୍ୟା କରି କହିଛନ୍ତି ଯେ, ସେ ତାଙ୍କ ଘରୋଇ ମାଟି ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଧ୍ୟାନରେ ରଖି ବୋଲିଂ ଆକ୍ରମଣ ବାଛିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, RCB ଲିଗର ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରୁ ଗୋଟିଏକୁ ଏକତ୍ର କରିବାରେ ସଫଳ ହୋଇଛି। ଆମ ପାଖରେ କ’ଣ ଅଭାବ ଥିଲା ଏବଂ ଆମକୁ କ’ଣ କରିବାକୁ ପଡିବ, ଆମକୁ କି ପ୍ରକାରର ଭାରତୀୟ କୋର୍ ଟିମ୍ ଗଠନ କରିବାକୁ ପଡିବ ସେ ବିଷୟରେ ଆମେ ସ୍ପଷ୍ଟ ଥିଲୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe