ଖୋଲିବ କି ସ୍ମିତାରାଣୀ ମୃତ୍ୟୁ ରହସ୍ୟ । ଘଟଣାର ପୁନଃ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ସୂଚନା ପରେ ସରଗରମ ରାଜନୀତି

Advertisment

୨୦୧୯ରେ ରହସ୍ୟଜନକ ଭାବେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା । ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ହତ୍ୟା ଅଭିଯୋଗ ହୋଇଥିଲା । ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଘଟଣା ଦିନ ସ୍ମିତାରାଣୀ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତନଖି ପାଇଁ ଯାଇଥିଲେ । ମାମଲାରେ ଅଭିଯୁକ୍ତ ରୂପେଶ ୭ ମାସ ଜେଲରେ କାଟିଛନ୍ତି। ବର୍ତ୍ତମାନ ମାମଲା ଅଦାଲତରେ ବିଚାରାଧିନ ଅଛି। ବିଜେପିର ଅଭିଯୋଗ ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓ ତାଙ୍କ ପୂର୍ବତନ ସରପଂଚ ପତ୍ନୀ ମଧୁସ୍ମିତା ଭଦ୍ର । ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । 

291

କନକ ବ୍ୟୁରୋ :  ଆରୋପ ପ୍ରତ୍ୟାରୋପ ପରେ ତାଜା ହେଉଛି ସ୍ମିତାରାଣୀ ମୃତ୍ୟୁ ବିବାଦ । ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ପିଇଓ ସ୍ମିତାରଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁ ଉପରୁ ପୁଣି ଥରେ ପରଦା ହଟାଇବା ପାଇଁ ସାନି ତଦନ୍ତ ଦାବି କରିଛନ୍ତି ବିଜେପି ନେତ୍ରୀ ସ୍ମୃତିରେଖା ପହି । ସ୍ମୃତିଙ୍କ ସମର୍ଥକ ଆଇନମନ୍ତ୍ରୀଙ୍କୁ ଭେଟି ପୁନଃ ତଦନ୍ତପାଇଁ ଦାବି କରିବା ପରେ ଫାଇଲ ଖୋଲିବ ବୋଲି କହିଥିଲେ ରାଜ୍ୟ ଆଇନମନ୍ତ୍ରୀ । ଏପଟେ ଦୀର୍ଘ ପାଂଚ ବର୍ଷ ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ସ୍ମିତାରଣୀ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ତାଙ୍କ ପତ୍ନୀ ମଧୁସ୍ମିତା ଭଦ୍ର । ବିଜେପି ନେତ୍ରୀ ଚାନ୍ଦାମାଗି ବ୍ଲାକମେଲ କରୁଥିବା ଗଣମାଧ୍ୟମ ଆଗରେ ପ୍ରମାଣ ଦେଖାଇ ଆଣିଲେ ସାଂଘାତିକ ଅଭିଯୋଗ ।

 ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ପି.ଇ.ଓ ସ୍ମିତାରଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ସାନି ତଦନ୍ତ ଦାବି କରିଛି ଧର୍ମଶାଳା ବିଜେପି । ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ସମର୍ଥକ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ରାକେଶ କୁମାର ନାୟକ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ଭେଟି ସ୍ମିତାରାଣୀ ମୃତ୍ୟୁ ଘଟଣାର ସାନି ତଦନ୍ତ ପାଇଁ ଦାବି କରିଛନ୍ତି । ଏହା ପରେ ଧର୍ମଶାଳା ରାଜନୀତି ଉଷ୍ମ ହେଉଛି । ସ୍ମିତାରଣୀଙ୍କ ଫାଇଲ ଖୋଲିବା ନେଇ ଆଇନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେବାପରେ ଧର୍ମଶାଳାର ବିଜେପି ନେତ୍ରୀ ସ୍ମୃତିରେଖା ପହି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଅଭିଯୁକ୍ତ ରୂପେସ ଭଦ୍ରକୁ ପୂର୍ବ ବିଜେଡି ସରକାରର ସବୁ ବିଧାୟକ ସୁରକ୍ଷା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

୨୦୧୯ରେ ରହସ୍ୟଜନକ ଭାବେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା । ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ହତ୍ୟା ଅଭିଯୋଗ ହୋଇଥିଲା । ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଘଟଣା ଦିନ ସ୍ମିତାରାଣୀ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତନଖି ପାଇଁ ଯାଇଥିଲେ । ମାମଲାରେ ଅଭିଯୁକ୍ତ ରୂପେଶ ୭ ମାସ ଜେଲରେ କାଟିଛନ୍ତି। ବର୍ତ୍ତମାନ ମାମଲା ଅଦାଲତରେ ବିଚାରାଧିନ ଅଛି। ବିଜେପିର ଅଭିଯୋଗ ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓ ତାଙ୍କ ପୂର୍ବତନ ସରପଂଚ ପତ୍ନୀ ମଧୁସ୍ମିତା ଭଦ୍ର । ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । 

ବହୁ ଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ମାମଲାରେ ରାଜନୀତି ଜୋର ଧରିଥିବା ବେଳେ ସ୍ମୃତିଙ୍କ ନାମରେ ଆସୁଥିବା ଅଭିଯୋଗର କେତେ ସତ୍ୟତା ରହିଛି ତାହା ତଦନ୍ତ ହେଲେ ଜଣାପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe