ସ୍ବାମୀ ତଣ୍ଟି ଚିପି ମାରିଦେଲା ସ୍ତ୍ରୀ ; ଗଞ୍ଜାମ ଧରାକୋଟର ଘଟଣା

ଗଞ୍ଜାମ ଧରାକୋଟରେ ହତ୍ୟାକାଣ୍ଡ  । ପାରିବାରିକ କଳହକୁ ନେଇ ସ୍ବାମୀକୁ ମାରିଦେଲା ସ୍ତ୍ରୀ । ତଣ୍ଟି ଚିପି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ସ୍ତ୍ରୀର ଉଦ୍ୟମ କରିଥିଲା । ଘଟଣାସ୍ଥଳରେ ପୁଲିସର ତଦନ୍ତ ।

Ganjam

Ganjam Photograph: (KanakNews)

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଧରାକୋଟରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ସ୍ତ୍ରୀ ଉଦ୍ୟମ କରିଥିଲା । ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ମୃତଦେହ ଜବତ କରି ସ୍ତ୍ରୀକୁ ଅଟକ ରଖିଛି । ଧରାକୋଟ ଥାନା ମୁଣ୍ଡମରାଇ ଗାଁରୁ ଆସିଛି ଏହି ଖବର । 

ମୃତକ ହେଉଛନ୍ତି ଅମର ନାୟକ । ସୂଚନା ଅନୁସାରେ, ସବୁବେଳେ ଅମର ଓ ସ୍ତ୍ରୀ ଅଞ୍ଜନାଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଶେଷରେ ସ୍ତ୍ରୀ ଅଞ୍ଜନା ଉତକ୍ଷିପ୍ତ ହୋଇ ସ୍ୱାମୀ ଅମରକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe