ସମାଜରେ କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା: ପ୍ରେମ ସମ୍ପର୍କ, ମାନସିକ ଚାପ ସହିନପାରି ନେଉଛନ୍ତି ଚରମ ନିଷ୍ପତି

ଡାକ୍ତର ଓ ବୁଦ୍ଧିଜୀବୀଙ୍କ ମତ, ଧୈର୍ଯ୍ୟ ରଖିଲେ ଟଳିଯିବ ଖରାପ ସମୟ

ଆତ୍ମହତ୍ୟା ନୁହେଁ ବିକଳ୍ପ

ଆତ୍ମହତ୍ୟା ନୁହେଁ ବିକଳ୍ପ Photograph: (KanakNews)

କନକ ବ୍ୟୁରୋ: ଡାକ୍ତରଙ୍କ ପତ୍ନୀଙ୍କ ଝୁଲନ୍ତା ଶବ ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଚକ୍ରଧରପୁର ଆୟୁର୍ବେଦିକ ଡାକ୍ତରଖାନା ବାସଗୃହରେ ଡାକ୍ତରଙ୍କ ପତ୍ନୀଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । ହତ୍ୟା କରି ଝିଅକୁ ଫ୍ୟାନ୍‌ରେ ଟାଙ୍ଗି ଦିଆଯାଇଥିବା ବାପା ମାଆ ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକ ଇଞ୍ଜଳ ଗ୍ରାମର ଡାକ୍ତର ବିଭୁ ପ୍ରସାଦ ନାୟକ ଗତବର୍ଷ ଜୁଲାଇ ମାସରେ ତରଭା ଗ୍ରାମର ପଞ୍ଚାନନ ନାୟକ ଓ ପ୍ରଭାସିନୀ ନାୟକଙ୍କ ଝିଅ ରୋଜିନାକୁ ବୈଦିକ ରୀତିରେ ବିବାହ କରିଥିଲେ । 

ଶାଶୂ ,ଶଶୁର ଓ ସ୍ୱାମୀ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗତ ଫେବ୍ରୁଆରି ମାସରେ ନନ୍ଦିପଦା ଥାନାରେ ରୋଜିନା ଅଭିଯୋଗ କରିଥିଲେ । ପରେ ଆପୋଷ ବୁଝାମଣା ହୋଇଥିଲା । ଗତ ସାବିତ୍ରୀ ବ୍ରତ ପୂର୍ବରୁ ଉଭୟ ସ୍ବାମୀ-ସ୍ତ୍ରୀ ଆସି ଚକ୍ରଧରପୁର ଡାକ୍ତରଖାନାରେ ଥିବା ସରକାରୀ ବାସଗୃହରେ ରହୁଥିଲେ । ଆଜି ସକାଳେ ବିବାଦୀୟ ଢଙ୍ଗରେ ଝୁଲୁଥିବା ଶବକୁ ଉଦ୍ଧାର କରାଯାଇଛି । ହତ୍ୟା କରି ଫ୍ୟାନରେ ଟାଙ୍ଗି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe