ବିବାହ ଋତୁରେ ଚିନ୍ତା ବଢାଇଛି ସୁନା ଦର । କମିବାର ନାଁ ନେଉନି, ଦିନକୁ ଦିନ ଦର ବଢିବାରେ ଲାଗିଛି । ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୭୩ ହଜାର ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ଦର ୭୯ ହଜାର ୬ ଶହ ଟଙ୍କା ରହିଛି ।

କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା ଦରରେ ବୃଦ୍ଧି ହୋଇଛି। ଯାହାକୁ ନେଇ ଚିନ୍ତାରେ ଗ୍ରାହକ।

କାହିଁକି ବଢୁଛି ସୁନା ଦର ? କାହିଁକି ଦରରେ ଲାଗୁନି ଲଗାମ ? ତେବେ ଆନ୍ତର୍ଜାତୀୟ ବଜାରରେ ଦର ବଢୁଥିବା ବେଳେ, ଡଲାର ବଢିଲେ ଟଙ୍କା ବଢେ । ଭାରତୀୟ ବଜାରରେ ପ୍ରଭାବ ପଡେ ।

ଦର ବଢିଲେ ବେପାର କମେ, ଲୋକ ଯାହା ନେବା କଥା ନିଅନ୍ତିନି । ଯେଉଁ ପରିମାଣରେ କିଣିବା କଥା ତାଠାରୁ କମ୍ କିଣିଥାନ୍ତି ଆଉ ଦର କମିବାକୁ ଅନେଇ ରହିଥାନ୍ତି ।