କନକ ବ୍ୟୁରୋ: “ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ୍ଲ ଘଡ଼ାଇ ଜାଣିଥିବେ, କେଉଁଠି ଷଡ଼ଯନ୍ତ୍ର ହୋଇଛି । ବିଜେଡି ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । କେବେ ଆମର ଅହଙ୍କାର ହୋଇନାହିଁ । ପ୍ରଫୁଲ ଘଡେଇ ଜାଣିଥିବେ ସେ ଏମିତି କଥା, କାହିଁକି କହିଛନ୍ତି ।”... ବରିଷ୍ଠ ନେତା ପ୍ରଫୁଲ ଘଡେଇ ବିଜେଡିକୁ ନେଇ ବିବାଦୀୟ ବୟାନ ଦେବା ପରେ ଏହାର ପ୍ରତି ଜବାବ କିଛି ଏଭଳି ଢଙ୍ଗରେ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ଜାଣିରଖିବା ଉଚିତ୍ ଯେ, କିଭଳି ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ପୁଅକୁ କୋରେଇରୁ ଦୂରେଇ ଦିଆଗଲା ତାହା ଗୋଟି ଗୋଟି କରି କହିଛନ୍ତି ପ୍ରଫୁଲ୍ଲ ଘଡେଇ। ସେ ଦଳୀୟ ଚକ୍ରାନ୍ତର କିଭଳି ଶିକାର ହୋଇଥିଲେ, ତାହା ଖୋଲାମଞ୍ଚରେ ବଖାଣିଛନ୍ତି ବିଜେଡିର ବରିଷ୍ଠ ନେତା। ଲୋକଙ୍କ ଇଚ୍ଛା ନଥିଲେ ମଧ୍ୟ କୋରେଇରୁ ତାଙ୍କୁ ଦୁରେଇ ଦିଆଗଲା। ଦଳୀୟ ଚକ୍ରାନ୍ତ ପାଇଁ ସେ ସକ୍ରିୟ ରାଜନୀତିରୁ ଦୂରେଇଥିବା କହିଛନ୍ତି ପ୍ରଫୁଲ ଘଡେଇ। ତେବେ କେବଳ ଏତିକି ନୁହେଁ ଅହଙ୍କାର ଯୋଗୁଁ କିଭଳି ଦଳ, ସରକାର ଭାଙ୍ଗିଯାଏ ତାହା କହି ବିଜେଡିକୁ ପରୋକ୍ଷରେ ବାଣ ମାରିଛନ୍ତି ପ୍ରଫୁଲ୍ଲ। ଆଉ ଏ ଘଟଣାରେ ଏବେ ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ ।