ବିଜେଡିରେ ଚାଲିଛି ଘର ସଜଡା: କିଏ ହେବେ ଆଗକୁ ନବୀନଙ୍କ ରଥର ସାରଥୀ, ସେନେଇ ଚାଲିଛି ନେତା ଖୋଜା

Advertisment

ସାରଥୀ ଖୋଜୁଛନ୍ତି ନବୀନ ନିର୍ବାଚନରେ  ଶୋଚନୀୟ ପରାଜୟ ପରେ ଅଧିକ ସକ୍ରିୟ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୁହାଯାଉଛି, ପାଣ୍ଡିଆନ ଓ ପ୍ରଣବଙ୍କ କୋଟରୀର ନିଷ୍କ୍ରିୟ ହୋଇଛନ୍ତି ।

ସାରଥୀ ଖୋଜୁଛନ୍ତି ନବୀନ ନିର୍ବାଚନରେ  ଶୋଚନୀୟ ପରାଜୟ ପରେ ଅଧିକ ସକ୍ରିୟ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୁହାଯାଉଛି, ପାଣ୍ଡିଆନ ଓ ପ୍ରଣବଙ୍କ କୋଟରୀର ନିଷ୍କ୍ରିୟ ହୋଇଛନ୍ତି ।

rg

କନକ ବ୍ୟୁରୋ: ସାରଥୀ ଖୋଜୁଛନ୍ତି ନବୀନ ନିର୍ବାଚନରେ  ଶୋଚନୀୟ ପରାଜୟ ପରେ ଅଧିକ ସକ୍ରିୟ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୁହାଯାଉଛି, ପାଣ୍ଡିଆନ ଓ ପ୍ରଣବଙ୍କ କୋଟରୀର ନିଷ୍କ୍ରିୟ ହୋଇଛନ୍ତି । ପ୍ରଣବଙ୍କୁ ସଙ୍ଗଠନରୁ ଦୂରେଇ ରଖାଯାଇଛି । ଆଉ ସାମ୍ନାକୁ ଆସିଛନ୍ତି କିଛି ପୁରୁଖା ନେତା ।

 ନିର୍ବାଚନ ହାରିବାର ୩ ମାସରୁ ଅଧିକ ସମୟ ବିତିଗଲାଣି। ହୁଗୁଳି ଯାଇଥିବା ସଙ୍ଗଠନକୁ ସଜାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ପୂରା ପ୍ରକରଣରେ କାର୍ପଟଦାର ଗୋଷ୍ଠୀର ଦେଖାଦର୍ଶନ ମିଳୁନି। ସମୀକ୍ଷା ବୈଠକ ଆଳରେ ପୂର୍ବରୁ କ୍ଷମତାଶାଳୀ ଥିବା ନେତାଙ୍କର କାଳେ ଦୋଷ ଦୁର୍ବଳତାର ହିସାବ କିତାବ କରୁଛନ୍ତି ବିଜେଡ଼ି ସୁପ୍ରିମୋ। ଏଭଳି ଏକ ସଙ୍ଗଟଜନକ ସମୟରେ ନବୀନଙ୍କ ସାରଥି କିଏ ସାଜିବ, ସଙ୍ଗଠନର ମୋର୍ଚ୍ଚାକୁ କିଏ ଆଗକୁ ନେବ। ତାହା ଉପରେ କର୍ମୀଙ୍କ ନଜର ଥିବା ବେଳେ ନବୀନ ଏଯାଏଁ ଖୋଲୁନାହାନ୍ତି କାର୍ଡ। ପୂର୍ବରୁ ପାୱାର ସେଣ୍ଟର ଥିବା ପ୍ରଣବ ପ୍ରକାଶଙ୍କୁ ଏବେ ସଙ୍ଗଠନରୁ ଦୂରେଇ ରଖାଯାଇଥିବା କୁହାଯାଉଛି।  ଅନ୍ୟପଟେ ପରାଜୟର ପୋଷ୍ଟମର୍ଟମ ଭିତରେ ଦଳରେ ସମନ୍ବୟ ରକ୍ଷା ପାଇଁ ସାମ୍ନାକୁ ଆସିଛନ୍ତି ପୁରୁଖା ନେତା ଦେବୀ ମିଶ୍ର।

ବିଜେଡିର ପରାଜୟ ପରେ ନବୀନ ଏବେ ଆକ୍ଟିଭ ମୋଡରେ।  ନବୀନଙ୍କ ଏଭଳି ସକ୍ରିୟତା ଭିତରେ ବିଜେଡିର ପୁରୁଖା ଟିମ୍ ଓ ମେ ୨୯ ମିଡ ନାଇଟ ଅପରେସନ ସମୟର ନେତା ମଧ୍ୟ ଶଙ୍ଖ ଭବନରେ ନିଜର ଉପସ୍ଥିତିକୁ ବଢାଇ ଦେଇଛନ୍ତି।  ପାଣ୍ଡିଆନ ଓ ପ୍ରଣବଙ୍କ କୋଟରୀର ନିଷ୍କ୍ରିୟତା ଭିତରେ ନୟାପଲ୍ଲୀରୁ ନବୀନ ନିବାସକୁ ବିଧାୟକ ପୁଅଙ୍କ ଜରିଆରେ ଗୁରୁମନ୍ତ୍ର ଯାଉଥିବା ଚର୍ଚ୍ଚା ହେଉଛି। ଏନେଇ ପରୋକ୍ଷରେ ସଂକେତ ମଧ୍ୟ ଦେଇଛନ୍ତି ବିଜେଡି ବିଧାୟକ। 

ଆସନ୍ତା ୨୭ ତାରିଖରେ ବିଜେଡିର ଛାମୁଆ ନେତାଙ୍କ ସହ ଆଲୋଚନା କରିବେ ନବୀନ। ପରାଜୟର ପୋଷ୍ଟମର୍ଟମ, ପଦଯାତ୍ରା ଓ ସାଙ୍ଗଠନିକ ରଣନୀତି ବାବଦରେ ଆଲୋଚନା ପରେ ଠୋସ ନିଷ୍ପତ୍ତି ନେଇ ପାରନ୍ତି ବିଜେଡି ସୁପ୍ରିମୋ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe