କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆଣୁଛି ଭାରତ । ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀକୁ ଭାରତ ଅଣାଯାଉଛି । ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର। ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣର ବାଟ ଫିଟିଥିଲା । ଆଉ ତାକୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତ ଅଣାଯାଉଛି । ଭାରତ ପହଞ୍ଚିବା ପରେ ଜରୁରୀ ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ଏନଆଇଏର ହେପାଜତରେ ଆତଙ୍କୀ ତହବୁର ରାଣାକୁ ରଖାଯିବ । ଏନଆଇଏ ଅଧିକାରୀ ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ତିହାର ଜେଲର ଉଚ୍ଚସୁରକ୍ଷା ସଂପନ୍ନ ସେଲରେ ରଖିବା ଉପରେ ମଧ୍ୟ ବିଚାର କରୁଥିବା ଖବର ମିଳିଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବ । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି ।
ଭାରତ ଫେରୁଛି ଆତଙ୍କୀ ତହବୁର
ଆମେରିକାରୁ ଆସୁଛି ଆତଙ୍କୀ ତହବୁର ରାଣା
ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଅଣାଯାଉଛି
ଅଧବାଟରେ ଅଜ୍ଞାତସ୍ଥାନରେ କିଛି ସମୟ ବିଶ୍ରାମ ସୂଚନା
ଦିଲ୍ଲୀ ପହଞ୍ଚାଇବା ପରେ ଏନଆଇଏ ପଟିଆଲ କୋର୍ଟରେ ହାଜର କରାଯିବ
କୋର୍ଟରେ ହାଜର କରିବା ପରେ ଏନଆଇଏ ହେପାଜତରେ ରହିବ ତହବୁର
ମୁମ୍ୱାଇ ଆକ୍ରମଣର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବୀହିନ ଗିରଫଦାରି ଜାରି
ଏନଆଇଏର ଅନୁରୋଧରେ ମୁମ୍ୱାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଆମେରିକା
୨୦୦୯ରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଡେଭିଡ୍ ହେଡଲି ଓ ତହବୁର ରାଣା ଗିରଫ
ଡେଭିଡ୍ ହେଡଲି ଆମେରିକାରେ ତହବୁର ରାଣା ବିରୋଧରେ ସାକ୍ଷ୍ୟ ଦେଇଥିଲା
ମୁମ୍ୱାଇ ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ପାଇଁ ପତ୍ନୀ ସହ ଭାରତ ଆସିଥଲା ତହବୁର ରାଣା
ମୁମ୍ୱାଇର ତାଜ ହୋଟେଲରେ ରହି, ଦିଲ୍ଲୀ, ୟୁପି, ଆଗ୍ରା ଓ ଅହମ୍ମଦାବାଦକୁ ଯାତ୍ରା କରିଥିଲା
ତହବୁରକୁ ପ୍ରତ୍ୟାର୍ପଣ ନେଇ ଦାବି କରିଆସୁଥିଲା ଭାରତ
ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର
ସୁପ୍ରିମକୋର୍ଟରେ ଆବେଦନ ଖାରଜ ପରେ ଏବେ ଭାରତ ଅଣାଯାଇଛି
ତହବୁର ରାଣା କିଏ?
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ
ପାକିସ୍ତାନରେ ବ୍ୟବସାୟ କରୁଥିଲା
ଆତଙ୍କବାଦୀ ହେଡଲିକୁ ସହଯୋଗ କରିଥିଲା
ହେଡଲିର ପିଲାଦିନର ସାଙ୍ଗ
ଆକ୍ରମଣ ପାଇଁ ଦେଇଥିଲା ଆର୍ଥିକ ସହାୟତା
୭ଟି ଭାଷାରେ କଥା ହୋଇପାରେ ତହବୁର
୧୯୯୭ରେ ପାକିସ୍ତାନରୁ ଯାଇଥିଲା କାନାଡା
ତହବୁରକୁ ମିଳିଛି କାନାଡାର ନାଗରିକତା
ତିହାରରେ ରହିବ ତହବୁର!
ଭାରତ ଫେରିବା ପରେ ତିହାର ଜେଲରେ ରହିପାରେ ତହବୁର
ତିହାର ଜେଲର ଉଚ୍ଚସୁରକ୍ଷା ସଂପନ୍ନ ସେଲରେ ରଖିବା ଉପରେ ବିଚାରବିମର୍ଶ
ଦିଲ୍ଲୀ ତିହାର ସହ ମୁମ୍ବାଇର ଜେଲ୍ ବି ରହିଛି ପ୍ରସ୍ତୁତ
ଭାରତ ଆସିବା ପରେ ଏନଆଇଏ ହେଫାଜତରେ ରହିବ
ତହବୁର ଉପରେ ନଜର ରଖିବେ ଗୃହ ମନ୍ତ୍ରାଳୟ ଅଧିକାରୀ
ତହବୁରଠାରୁ ମୁମ୍ୱାଇ ହମଲା ସଂପର୍କରେ ନୂଆ ତଥ୍ୟ ମିଳିବା ଆଶା
ତହବୁର ପ୍ରତ୍ୟାବର୍ତ୍ତନ
ଭାରତର ବିଜୟ
୨୦୧୧ରେ ଚାର୍ଜସିଟ୍ ଦାଖଲ କରିଥିଲା ଏନଆଇଏ
୪ ଡିସେମ୍ବର ୨୦୧୯ରେ ଆମେରିକାରୁ ପ୍ରତ୍ୟାବର୍ତ୍ତନ ଦାବି କରିଥିଲା ଭାରତ
୧୦ ଜୁନ୍ ୨୦୨୦ରେ ତହବୁର ରାଣାର ଗିରଫଦାରୀ ଦାବି ହୋଇଥିଲା
୨୨ ଜୁନ୍ ୨୦୨୧ ଆମେରିକା କୋର୍ଟରେ ପ୍ରମାଣ ଦାଖଲ କରିଥିଲା ଭାରତ
୧୩ ନଭେମ୍ବର ୨୦୨୪ରେ ପ୍ରତ୍ୟାବର୍ତ୍ତନ ବିରୋଧରେ ତଳ କୋର୍ଟ ଯାଇଥିଲା ରାଣା
୨୧ ଜାନୁଆରୀ ୨୦୨୫ରେ ରାଣା ଅପିଲ ଖାରଜ କରିଥିଲେ ଆମେରିକା ତଳ କୋର୍ଟ
ପରେ ଆମେରିକା ସୁପ୍ରିମକୋର୍ଟ ମଧ୍ୟ ରାଣାଙ୍କ ଅପିଲ ଖାରଜ କରିଥିଲେ