କନକ ବ୍ୟୁରୋ: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ପରାଜିତ କରିଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୪ ୱିକେଟରେ ବିଜୟୀ ହୋଇଛି ।  ଏହି ବିଜୟ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ଆସିଛି । ରୋହିତ ଶର୍ମା କହିଛନ୍ତି ଯେ, ସେ ଏହି ବିଜୟରେ ବହୁତ ଖୁସି, ଆମେ ଅନେକ ଦିନ ପରେ ଙଊଓ ଫର୍ମାଟ ଖେଳିଲୁ । ମୁଁ ଭାବୁଛି ଯେ ଏହି ମ୍ୟାଚ୍ ଆମେ ଆମର ରଣନୀତି ଅନୁସାରେ ଖେଳିଛୁ । ଯଦିଓ ଇଂଲଣ୍ଡ ଦଳ ଏକ ଚମତ୍କାର ଢଙ୍ଗରେ ଇନିଂସ ଆରମ୍ଭ  କରିଥିଲା, କିନ୍ତୁ ତା’ପରେ ଆମେ ଏକ ଭଲ କମ୍‌ବ୍ୟାକ୍‌ କଲୁ । ଏହା ସହିତ, ଭାରତୀୟ ଅଧିନାୟକ ମଧ୍ୟମ କ୍ରମ ଏବଂ ଅକ୍ଷର ପଟେଲଙ୍କ ପ୍ରଦର୍ଶନର ପ୍ରଶଂସା କରିଛନ୍ତି ।  

Advertisment

 ରୋହିତ ଶର୍ମା ଆହୁରି କହିଥିଲେ ଯେ, ଆମେ ମିଡିଲ୍‌ ଅର୍ଡରରେ ଜଣେ ବାମହାତୀ ବ୍ୟାଟର ଚାହୁଁଥିଲୁ, ଏହା ଆମର ଚିନ୍ତାଧାରା ଥିଲା, କାରଣ ଆମେ ଜାଣୁ ଯେ ଇଂଲଣ୍ଡର ସ୍ପିନରମାନେ ମଧ୍ୟକ୍ରମରେ ବୋଲିଂ କରିବାକୁ ଆସିବେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ପାଖରେ ବାମହାତୀ ବ୍ୟାଟର ଅଛନ୍ତି, ତେବେ ମ୍ୟାଚ୍‌ରେ ଆପଣଙ୍କ କାମ ସହଜ ହୋଇଯାଏ । ଶୁଭମନ୍‌ ଗିଲ୍‌ ଏବଂ ଅକ୍ଷର ପଟେଲ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ, ଟପ୍‌ ଅର୍ଡରରେ ଆମେ ବିଶେଷ କିଛି କରିପାରି ନଥିଲୁ । ପ୍ରକୃତରେ, ଏକ ଦଳ ଭାବରେ ଆମେ ଯଥାସମ୍ଭବ ଅନେକ କ୍ଷେତ୍ରରେ ଉନ୍ନତି ଆଣିବାକୁ ଚାହୁଁଛୁ, ଆମେ ଆମର ଦୁର୍ବଳତା ଉପରେ କାମ କରିବାକୁ ଚାହୁଁଛୁ  ।

ପ୍ରଥମ ଙଊଓ ମ୍ୟାଚ୍‌ରେ ବିଜୟ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ ୪୭.୪ ଓଭରରେ ୨୪୮ ରନ କରି ଅଲଆଉଟ୍ ହୋଇଯାଇଥିଲା । ଏହିପରି ଭାବରେ, ଭାରତୀୟ ଦଳକୁ ଜିତିବା ପାଇଁ ୨୪୯ ରନର ଟାର୍ଗେଟ ମିଳିଥିଲା । ଭାରତ ୩୮.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ୩ ଜଣ ବ୍ୟାଟର ୫୦ ରନ୍ କରିଥିଲେ । ଶୁଭମନ ଗିଲ ୯୬ ବଲ୍‌ରେ ସର୍ବାଧିକ ୮୭ ରନ୍ କରିଥିଲେ । ଏହା ବ୍ୟତୀତ ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।