ସରକାର ବଦଳିଲେ, ଠିକାଦାର ବଦଳିଲେ । କେବେ ବଦଳିବ ଲାନ୍ଥ ନଦୀ ପୋଲର ଭାଗ୍ୟ ?

Advertisment

ବଲାଙ୍ଗିର ସଇଁତଳା ବାଦିପଡ଼ା ଲାନ୍ଥ ନଦୀ ଉପରେ ପୋଲ ହେଲେ ସଇଁତଳା ମୁଖ୍ୟ ସହରକୁ ଯୋଗାଯୋଗ ସହଜ ହେବ । ୧୫ କିମି ବୁଲି ବୁଲି ବ୍ଲକ ଅଫିସକୁ ଯାଉଥିବା ଡୁଙ୍ଗୁରିପାଲି, ଆମ୍ବପାଲି, କଅଁସର, ଘୁନସର ପଞ୍ଚାୟତବାସୀଙ୍କ ଦୂରତା କମିଯିବ ।

ବଲାଙ୍ଗିର ସଇଁତଳା ବାଦିପଡ଼ା ଲାନ୍ଥ ନଦୀ ଉପରେ ପୋଲ ହେଲେ ସଇଁତଳା ମୁଖ୍ୟ ସହରକୁ ଯୋଗାଯୋଗ ସହଜ ହେବ । ୧୫ କିମି ବୁଲି ବୁଲି ବ୍ଲକ ଅଫିସକୁ ଯାଉଥିବା ଡୁଙ୍ଗୁରିପାଲି, ଆମ୍ବପାଲି, କଅଁସର, ଘୁନସର ପଞ୍ଚାୟତବାସୀଙ୍କ ଦୂରତା କମିଯିବ ।

Thikadar

Photograph: (kanaknews)

କନକ ବ୍ୟୁରୋ : When will the fate of the Lanth river bridge change? ସେଥିପାଇଁ ପୂର୍ବ ସରକାର ବିଜୁ ସେତୁ ଯୋଜନାରେ ପୋଲର ପରିକଳ୍ପନା କଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ଠିକା ସଂସ୍ଥା କାମ ଆରମ୍ଭ କରିଥିଲା । ହେଲେ ଏହାରି ଭିତରେ ସରକାର ବଦଳି ସାରିଛନ୍ତି । ଧାର୍ଯ୍ୟ ସମୟ ଅତିକ୍ରମ କରି ସାରିଛି । ଠିକା ସଂସ୍ଥା ମଧ୍ୟ ବଦଳି ସାରିଛି । କିନ୍ତୁ ପୋଲ କାମ ସରୁନାହିଁ । 

୧୨ କୋଟି ୯୪ ଲକ୍ଷ ଟଙ୍କାରେ ସେତୁ ନିର୍ମାଣ ପାଇଁ ୨୦୧୬ ଜାନୁଆରୀ ୧୫ରେ ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ୨୦୧୮ ମେ' ୧୪ରେ ପୋଲ କାମ ସାରିବାକୁ ଡେଡଲାଇନ୍ ଦିଆଯାଇଥିଲା । ହେଲେ ନିମ୍ନମାନର କାମ ଅଭିଯୋଗ ଆସିବାରୁ ଠିକାଦାରକୁ କାମରୁ ଅନ୍ତର କରିଥିଲା ପୂର୍ତ୍ତ ବିଭାଗ । ପରେ ଏହାକୁ ନେଇ ବହୁ ବାଦବିବାଦ ହେଲା । କଥା କୋର୍ଟ କଚେରୀ ଯାଏଁ ଗଲା । ଆଉ ଏକ ଠିକା ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି । ହେଲେ ପୂର୍ବରୁ ହୋଇଥିବା ନିମ୍ନମାନର ନିର୍ମାଣକୁ ନେଇ ଆର.ଡି ବିଭାଗ କୌଣସି ନିଷ୍ପତି ନେଉନଥିବାରୁ ନୂଆ କାମ ମଧ୍ୟ ଆଗେଇ ପାରୁନଥିବା ଜଣାପଡ଼ିଛି । 
ପୋଲ କାମରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରକାର ନିଷ୍ପତି ନିଆ ଯାଇନଥିବାରୁ ବର୍ତମାନର ଠିକା ସଂସ୍ଥା କାମ ବନ୍ଦ କରି ଚାଲିଯିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe