କନକ ବ୍ୟୁରୋ ;  ୭୪ ବର୍ଷ ପରେ କେରଳ ରଣଜୀ ଫାଇନାଲରେ ପ୍ରବେଶ କରିଛି କେରଳ । ଓଡିଶା କେବେ?  କାହିଁକି ଲଗାତର ଭାବେ ରଣଜୀରେ ଫେଲ ମାରୁଛି ଟିମଓଡିଶା । ଶେଷ ଥର ପାଇଁ ଦଳ 2001 -02ରେ ସେମିଫାଇନାଲ ଯାଇଥିଲା । ତା ପରଠାରୁ ଦଳ ଅତି ନୈରାଶ୍ୟ ଜନକ ପ୍ରଦର୍ଶନ କରିଚାଲିଛି । ଏପିରିକି ନକଆଉଟ ପର୍ଯ୍ୟାୟରୁ ଉଠିପାରୁନାହିଁ । ଆବଶ୍ୟକୀୟ ଭିତ୍ତିଭୂମିର ତ ଅଭାବ ନାହିଁ । ନାମୀଦାମୀ କୋଚଙ୍କୁ ମଧ୍ୟ ଯୋଗାଉଛି  ଓସିଏ । ଏପରିକି ବିଦେଶୀ ପ୍ରଶିକ୍ଷକଙ୍କୁ ବି ଦିଆଗଲା ଦାୟିତ୍ୱ। ତଥାପି ବଦଳିପାରୁନି ଓଡ଼ିଶା ରଣଜୀର ଭାଗ୍ୟ। ଓଡ଼ିଶା ଓ କେରଳ ପାଖାପାଖି ସମୟରେ ରଣଜୀ ଡେବ୍ୟୁ କରିଥିଲେ ବି ଆଗେଇଛି କେରଳ। ।  କଣ ପାଇଁ ଏଭଳି ସ୍ଥିତି । କଣ କହୁଛନ୍ତି ପୂର୍ବତନ କ୍ରିକେଟର।

Advertisment

ଓଡିଶା ରଣଜୀ ଟିମ କେମିତି ଭଲ ପ୍ରଦର୍ଶନ କରିବ । ଭଲ ପ୍ରଶିକ୍ଷକଙ୍କୁ କେମିତି ଅଣାଯିବ ସେ ନେଇ ପ୍ରୟାସ ହୋଇନି ବୋଲି ନୁହେଁ । 2005ରେ ସବା କରିମ , ୨୦୧୧-୧୨ ସିଜିନ ପାଇଁ ମୁଖ୍ୟ କୋଚ ଦାୟିତ୍ୱ ଦିଆଯାଇଥିଲା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ବେଭାନଙ୍କୁ। କିନ୍ତୁ  ସେ ପ୍ରୟୋଗ ବି ଫେଲ ମାରିଲା । ତାଙ୍କ ନେତୃତ୍ୱରେ ପ୍ରଦର୍ଶନରେ ବିଶେଷ କିଛି ପରିବର୍ତ୍ତନ ଆସିଲାନି। ସେହିବର୍ଷ ସୟଦ ମୁସ୍ତାକ୍‌ ଅଲ୍ଲୀ ଟ୍ରଫିରେ ଓଡ଼ିଶାର ପ୍ରଦର୍ଶନ ନୈରଶ୍ୟଜନକ ଥିଲା।

ସେହିଭଳି ୨୦୨୧ରେ ୱାସିମ୍‌ ଜାଫର୍, ୨୦୨୩ରେ ଦୀନେଶ ମୋଙ୍ଗିଆ, ୨୦୨୪ ସିଜିନ ପାଇଁ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା ରଣଜୀ ଦଳର କୋଚ ନିଯୁକ୍ତି କରାଯାଇଥିଲା।  ଏପରିକି ରଶ୍ମୀରଞ୍ଜନ ପରିଡା, ଦେବାଶିଷ ମହାନ୍ତି, ଶିବସୁନ୍ଦରଙ୍କ ଭଳି ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ଦୁଇ ଦଶନ୍ଧୀ ଧରି ଓଡ଼ିଶା ରଣଜୀ ଉପରକୁ ଉଠିପାରୁନି। ଏପରିକି ଖେଳାଳି ମଧ୍ୟ ବାହାରକୁ ଯିବା କଥା ଚିନ୍ତା କଲେଣି । ଏଠି ପ୍ରଶ୍ନ ଉଠୁଛି କାହିଁକି ସୁଧୁରୁନି ଓଡ଼ିଶା ରଣଜୀର ପ୍ରଦର୍ଶନ? କାହିଁକି ଫେଲ୍ ମାରୁଛି ଓଡ଼ିଶାର ରଣନୀତି? କ୍ରମାଗତ ବିଫଳତାର କାରଣ କ’ଣ? ଖେଳାଳି ଚୟନରେ ରହୁଛି କି ତ୍ରୁଟି? ଏସବୁ କାରଣ ଖୋଜିବାକୁ ପଡିବ।  ନ ହେଲେ ଓଡିଶା କ୍ରିକେଟ ଆଗକୁ ବଢିପାରିବନି।