ଅରୁଣ ଜେଟଲୀଙ୍କୁ ଭେଟି ଭାରତ ଛାଡିଥିଲି, ମୋତେ ପଳାତକ କୁହ କିନ୍ତୁ ଚୋର କୁହନାହିଁ : ବିଜୟ ମାଲ୍ୟା

ପୋଡକାଷ୍ଟରେ ମାଲ୍ୟା କହିଛନ୍ତି କି, ମୋତେ ପଳାତକ କୁହ କିନ୍ତୁ ଚୋର କୁହନାହିଁ । ବିଜୟ ମାଲ୍ୟା ଦାବି କରିଛନ୍ତି କି, ସେ ଭାରତ ଛାଡିବା ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ । ବିମାନବନ୍ଦର ଯିବା ପୂର୍ବରୁ ସେ ଅରୁଣ ଜେଟଲୀଙ୍କୁ ଭେଟିଥିଲେ । ଏହାପରେ ସେ ଦିଲ୍ଲୀରୁ ଲଣ୍ଡନ ଚାଲିଯାଇଥିଲେ । ସେଠାରୁ ସେ ୱାର୍ଲଡ୍ କାଉଁସିଲ ମିଟିଂ ପାଇଁ ଜେନେଭା ଯାଇଥିଲେ । ଯିବା ପୂର୍ବରୁ ସେ ଜେଟଲୀଙ୍କୁ କହିଥିଲେ କି ଆପଣ ବ୍ୟାଙ୍କମାନଙ୍କ ସହ ଆଲୋଚନା କରନ୍ତୁ ସେମାନେ ମୋ ସହ ବୈଠକ କରି ଋଣ ବାବଦରେ ସମାଧାନର ବାଟ ବାହାର କରିବେ । 

FSFDFDSFSFS

କନକ ବ୍ୟୁରୋ : ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ । ଏହି ଆଲୋଚନା ସମୟରେ ସେ କିଙ୍ଗଫିସର ଏୟାରଲାଇନ୍ସର ପତନ ସହ ଅନେକ ପ୍ରସଙ୍ଗରେ ଖୋଲାଖୋଲି ବୟାନ ଦେଇଛନ୍ତି । ଏଥିରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ସହ ବିଜେପିର ପୂର୍ବତନ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମ ମଧ୍ୟ ନେଇଛନ୍ତି । 

ପୋଡକାଷ୍ଟରେ ମାଲ୍ୟା କହିଛନ୍ତି କି, ମୋତେ ପଳାତକ କୁହ କିନ୍ତୁ ଚୋର କୁହନାହିଁ । ବିଜୟ ମାଲ୍ୟା ଦାବି କରିଛନ୍ତି କି, ସେ ଭାରତ ଛାଡିବା ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ । ବିମାନବନ୍ଦର ଯିବା ପୂର୍ବରୁ ସେ ଅରୁଣ ଜେଟଲୀଙ୍କୁ ଭେଟିଥିଲେ । ଏହାପରେ ସେ ଦିଲ୍ଲୀରୁ ଲଣ୍ଡନ ଚାଲିଯାଇଥିଲେ । ସେଠାରୁ ସେ ୱାର୍ଲଡ୍ କାଉଁସିଲ ମିଟିଂ ପାଇଁ ଜେନେଭା ଯାଇଥିଲେ । ଯିବା ପୂର୍ବରୁ ସେ ଜେଟଲୀଙ୍କୁ କହିଥିଲେ କି ଆପଣ ବ୍ୟାଙ୍କମାନଙ୍କ ସହ ଆଲୋଚନା କରନ୍ତୁ ସେମାନେ ମୋ ସହ ବୈଠକ କରି ଋଣ ବାବଦରେ ସମାଧାନର ବାଟ ବାହାର କରିବେ । 

୨୦୦୮ ମସିହାରେ ଦେଶରେ ମାନ୍ଦା ଅର୍ଥନୀତି ବାବଦରେ ମାଲ୍ୟା କହିଛନ୍ତି କି, ଯେତେବେଳେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଥିଲା ସେତେବେଳେ ମୁଁ ପ୍ରଣବ ମୁଖାର୍ଜୀଙ୍କୁ ଭେଟିଥିଲି । ସେଠାରେ ମୁଁ କିଙ୍ଗଫିସରର ଆକାର କମ୍ କରିବା ସହ କର୍ମଚାରୀ କମାଇବା, ଓ ବିମାନ ସଂଖ୍ୟା କମାଇବା ନେଇ ତାଙ୍କ ସହ ଆଲୋଚନା କରିଥିଲି । ହେଲେ ପ୍ରଣବ ମୁଖାର୍ଜୀ ଏଭଳି କରିବାକୁ ମୋତେ ମନା କରିଦେଇଥିଲେ । ସେ କହିଥିଲେ କି ତୁମେ କାମ ଜାରି ରଖ, ବ୍ୟାଙ୍କ ତୁମକୁ ସହଯୋଗ କରିବ । 

ଭାରତ ଫେରିବା ନେଇ ମାଲ୍ୟା କହିଛନ୍ତି କି, ଯଦି ଭାରତରେ ମୋ ମାମଲାର ନିରପେକ୍ଷ ଶୁଣାଣି ହେବ, ମୋତେ ସମ୍ମାନର ସହ ବଞ୍ଚିବାର ସୁଯୋଗ ମିଳିବ ମୁଁ ଭାରତ ଫେରିବା କଥା ଚିନ୍ତା କରିବି, ହେଲେ ଭାରତରେ ଏଭଳି ହେବାର ସମ୍ଭାବନା କମ୍ ଥିବା କଥା ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ଭାରତରେ ବ୍ୟବସାୟ କରିବା ସହଜ କଥା ନୁହେଁ । ଭାରତରେ ସରକାର କ'ଣ କହୁଛନ୍ତି ତାହା ବଡ଼ କଥା ନୁହେଁ, ବ୍ୟବସାୟରେ ରାଜନୈତିକ ପ୍ରତିବନ୍ଧକ ଯୋଗୁଁ ଭାରତରେ ବ୍ୟବସାୟ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe