କନକ ବ୍ୟୁରୋ: ବିହାରରେ ନିର୍ବାଚନ ତାରିଖ ପାଖଉଥିବା ବେଳେ ହାଇଭୋଲଟେଜ୍ ପ୍ରଚାର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ଆରାରେ ବଡ଼ ଧରଣର ପ୍ରଚାର କରିଛନ୍ତି । ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି ।
ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ଟକ୍କର ଚାଲିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ । ପ୍ରଧାନମନ୍ତ୍ରୀ ମୋଦୀ ବିହାରେ ଜୋରଦାର ପ୍ରଚାର କରିଛନ୍ତି । ଗୋଟିଏ ଦିନରେ ପ୍ରଥମେ ଆରା, ନବଦାରେ ଜନସଭା କରିବା ପରେ ପାଟଣାରେ ଜନସଭା କରିଛନ୍ତି । ବିହାରରେ ପୁଣି ଥରେ ଏନଡିଏ କ୍ଷମତାକୁ ଆସିବ, ବିହାରବାସୀଙ୍କୁ ବିହାରରେ ହିଁ ପର୍ଯ୍ୟାପ୍ତ ନିଯୁକ୍ତି ମିଳିବ ବୋଲି ମୋଦୀ କହିଛନ୍ତି । ଏହା ସହ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ... କାହା କବାଟ ଠକ୍ଠକ୍ କରିବ ସିବିଆଇ? ବଡ଼ବଡ଼ିଆଙ୍କ ଛାତି ଧଡ଼ଧଡ଼
ନିର୍ବାଚନୀ ପ୍ରଚାର ବେଳେ ନେତାମାନେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଉଛନ୍ତି । ହେଲେ ଗ୍ରାଉଣ୍ଡରେ ଭୋଟରଙ୍କ ମୁଡ୍ କେମିତି ରହିଛି, ସେମାନଙ୍କ ପ୍ରକୃତ ସମସ୍ୟା କ’ଣ ରହିଛି, ସେନେଇ ବିହାରରେ କିଛି ଭୋଟରଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି । ନିଯୁକ୍ତି ଏକ ବଡ଼ ପ୍ରସଙ୍ଗ ପାଲଟିଛି । କିଛି ପ୍ରତିଶ୍ରୁତି ପୂରଣ ହୋଇଛି, ଆହୁରି ଅନେକ ବାକି ରହିଯାଇଥିବା କ୍ୟାମେରା ଆଗରେ କହିଛନ୍ତି ଭୋଟର ।
ବିହାରରେ ୨ଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ବର ୬ ଓ ନଭେମ୍ବର ୧୧ରେ ଭୋଟ୍ ପଡ଼ିବ । ନଭେମ୍ବର ୧୪ରେ ଜଣାପଡ଼ିବ, କିଏ ଜିତିଛି ବିହାର ବାଜି, କାରଣ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)