ବିଏମସି ଅଫିସ ଘେରିଲେ ୨୯ ନମ୍ବର ୱାର୍ଡ ବାସିନ୍ଦା, ୪୪ ନମ୍ବର ୱାର୍ଡର କର୍ପୋରେଟରଙ୍କ ଗିରଫ୍ ଦାବିରେ ବିକ୍ଷୋଭ

୪୪ ନମ୍ବର ୱାର୍ଡର କର୍ପୋରେଟର ଅଜିତ୍ ବେହେରାଙ୍କୁ ଗିରଫ କରିବା ଦାବିରେ ୨୯ ନମ୍ବର ୱାର୍ଡର ଲୋକମାନେ ଆଜି ବିଏମସି ଅଫିସ ଘେରାଉ କରିବା ସହ ୪ ନମ୍ବର ଗେଟ୍ ଭାଙ୍ଗି ବିଏମସି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ବିକ୍ଷୋଭ କରିଛନ୍ତି ।

14

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି । ୪୪ ନମ୍ବର ୱାର୍ଡର କର୍ପୋରେଟର ଅଜିତ୍ ବେହେରାଙ୍କୁ ଗିରଫ କରିବା ଦାବିରେ ୨୯ ନମ୍ବର ୱାର୍ଡର ଲୋକମାନେ ଆଜି ବିଏମସି ଅଫିସ ଘେରାଉ କରିବା ସହ ୪ ନମ୍ବର ଗେଟ୍ ଭାଙ୍ଗି ବିଏମସି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ବିକ୍ଷୋଭ କରିଛନ୍ତି । ସେମାନେ ଦାବି କରିଛନ୍ତି କି, ୪୪ ନମ୍ବର ୱାର୍ଡର କର୍ପୋରେଟର ଅଜିତ୍ ବେହେରା ଯେଉଁ ଭୁଲ କରିଛନ୍ତି ସେଥିପାଇଁ ସେ ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କୁ ଭୁଲ ମାଗନ୍ତୁ । ଏହାସହ ତାଙ୍କୁ ଗିରଫ କରାଯାଉ । ଜୀବନ ରାଉତଙ୍କ ଶହ ଶହ ସମର୍ଥକ ଆଜି ଏହି ଦାବିରେ ବିଏମସି ଅଫିସ ଭିତରେ ପଶି ହୋ ହାଲ୍ଲା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe