କନକ ବ୍ୟୁରୋ : ୩ ଦିନ ଧରି ଗାଁକୁ ଆସିନି ପାଣି, ବାଲ୍ଟି ଗରା ଧରି ପାଣି ଟାଙ୍କି ଆଗରେ ଧାରଣା ଦେଲେ ଗ୍ରାମବାସୀ । ତୁରନ୍ତ ପାଣି ଦେବା ଏବଂ ଦିନକୁ ଦୁଇ ଥର ପାଣି ଦେବା ପାଇଁ ଦାବି କରିଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ରାଣସିଙ୍ଗପୁର ଗାଁର ୧୧ ନମ୍ବର ୱାର୍ଡରେ ୩ ଦିନ ଧରି ପାଣି ମିଳୁନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଗୋଟିଏ ଦିନରେ ଦୁଇ ବେଳା ପାଣି ନ ଦେଇ ଥରେ ମାତ୍ର ପାଣି ଦିଆଯାଉଛି । ଯାହା ପାଇଁ ଗାଁ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Advertisment

ଏହାକୁ ନେଇ ଅଭାରହେଡ଼ ଟାଙ୍କି ପାଖରେ ଆନ୍ଦୋଳନ କରିଛନ୍ତି ଗାଁ ଲୋକ । ସେପଟେ ସ୍ଥାନୀୟ ୱାର୍ଡ ମେମ୍ବର ସରପଞ୍ଚଙ୍କ ଠାରେ ଏହି ସମସ୍ୟା ବାବଦରେ ଆଲୋଚନା କରାଯାଇଥିବା କହିଛନ୍ତି । ଖୁଵ ଶୀଘ୍ର ପାଣି ଦିଆଯିବ ବୋଲି କହିଛନ୍ତି ୱାର୍ଡ ମେମ୍ବର । ସେପଟେ ପାଣି ଟାଙ୍କି ଦାୟିତ୍ୱରେ ଥିବା ବ୍ୟକ୍ତି କହିଛନ୍ତି, ଦୁଇ ବର୍ଷ ହେଲା ତାଙ୍କ ଦରମା ବକେୟା ଥିବାରୁ ସେ ପମ୍ପ ଚଳାଇବା ବନ୍ଦ କରିଦେଇଥିଲେ ।