ବାବୁଙ୍କ ଘରେ ପୁଳା ପୁଳା ଟଙ୍କା, ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ଼ କୋଟି ଟଙ୍କା

ଦେଢ଼ କେଜିରୁ ଅଧିକ ସୁନା । ସାଢ଼େ ୪ କେଜିରୁ ଅଧିକ ରୂପା ଜବତ ।

ବାବୁଙ୍କ ଘରେ ଦେଢ଼ କେଜି ସୁନା

ବାବୁଙ୍କ ଘରେ ଦେଢ଼ କେଜି ସୁନା Photograph: (KanakNews)

କନକ ବ୍ୟୁରୋ : ବାବୁଙ୍କ ଘରେ ପୁଳା ପୁଳା ଟଙ୍କା ।  ନଗଦ ଦେଢ କୋଟି ଟଙ୍କା, ଦେଢ଼ କେଜିରୁ ଅଧିକ ସୁନା, ୪ କେଜିରୁ ଅଧିକ ରୁପା ଦେଖି ତାଜୁବ ଅଧିକାରୀ । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲାଣି ଏତେ ଟଙ୍କା । ଏକକାଳୀନ ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।  ଜୟପୁରର ପୈତୃକ ଜମି, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଈ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ ।

ଚଢାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଫରେଷ୍ଟ ଗାର୍ଡଭାବେ ଚାକିରି ଆରମ୍ଭ କରି ଏବେ ଡେପୁଟି ରେଞ୍ଜର ହୋଇଥିବା ରାମଚନ୍ଦ୍ର ନେପାକଙ୍କ ସମ୍ପତି ଦେଖି ତାଜୁବ ହୋଇଛନ୍ତି ଅଧିକାରୀ । ଏତେ ପରିମାଣରେ ଟଙ୍କା ବାହାରିବା ପରେ ୨ଟି ଟଙ୍କାଗଣା ମେସିନ ମଗାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe