ସରକାରୀ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ : ଆୟଠାରୁ ୩୧୭ % ଅଧିକ ସମ୍ପତ୍ତି ମାମଲାରେ ଗିରଫ

ରାଜକୀୟ ଠାଣିରେ ଜୀବନ ବିତାଉଥିବା ସରକାରୀ ଅଧିକାରୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ତାହାର ସନ୍ତୋଷ ଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

BABU

BABU Photograph: (KanakNews)

କନକ ବ୍ୟୁରୋ : ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନର ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କର ରହିଛି ଅମାପ ସମ୍ପତ୍ତି । ଆୟ ଠାରୁ ୩୧୭ ପ୍ରତିଶତ ଅଧିକ ସମ୍ପତ୍ତି ଥିଲା ରାଜ କିଶୋରଙ୍କର । ରାଜକୀୟ ଠାଣିରେ ଜୀବନ ବିତାଉଥିବା ସରକାରୀ ଅଧିକାରୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ତାହାର ସନ୍ତୋଷ ଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ବେଳେ ତାଙ୍କର ନୀଳାଦ୍ରି ବିହାରରେ ୩ ମହଲା ଘର, କସମପଲିସରେ ଦୁଇଟି ଫ୍ଲାଟ, ଉତ୍କଳ ଗ୍ୟାଲେରିଆ ଏବଂ ସିମ୍ପୋନି ମଲରେ ଦୋକାନ, ୧୩ଟି ପ୍ଲଟ, ୭୫ଲକ୍ଷ ଟଙ୍କାର ଡିପୋଜିଟର ସନ୍ଧାନ ପାଇଛି ଭିଜିଲାନ୍ସ । ଦୁଇ ପିଲାଙ୍କ ପାଠ ପଢ଼ାରେ ରାଜକିଶୋର ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।ସେପଟେ ତାଙ୍କ ସହଯୋଗୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ସେଲ ଏସପି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe