କନକବ୍ୟୁରୋ :  ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍, ୧୦ଜଣ ଓଏସଏପି ଯବାନ ଆହତ  ।  ୫୫ ନଂ ଜାତୀୟ ରାଜପଥ ଅନୁଗୁଳ ମୁଣ୍ଡାସାହି ନିକଟରେ ଏହି ଦୁର୍ଘଟଣା ଘଟିଛି  ।   ବିଳମ୍ବିତ ରାତିରେ ୧୪ଜଣ ଯବାନଙ୍କୁ ନେଇ ଏକ ଟ୍ରାଭେଲର ଝାରସୁଗୁଡାରୁ  ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛ ପାର୍ଶ୍ବରୁ ଧକ୍କା ଦେଇଥିଲା  ।  ଫଳରେ ସେଥିରେ ଥିବା ଯବାପ ମାନେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।  ଗୁରୁତର ହେବାରୁ କିଛି ଯବାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି  ।
 

Advertisment