ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର ମୂଲ୍ୟବାନ ଜମି : ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ରାଜଧାନୀରେ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର ୨୭ ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି । ଯେଉଁଥିପାଇଁ ୧୬ ଗୋଟି ଜବର ଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ତାହା ଏବେବି ହାଇକୋର୍ଟରେ ବିଚାରାଧୀନ ରହିଛି ।

urban

କନକ ବ୍ୟୁରୋ: ରାଜଧାନୀରେ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର  ୨୭ ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି । ଯେଉଁଥିପାଇଁ ୧୬ ଗୋଟି ଜବର ଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ତାହା ଏବେବି  ହାଇକୋର୍ଟରେ ବିଚାରାଧୀନ ରହିଛି । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଚନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣପ୍ରସାଦ ମହାପାତ୍ର ।

ସେହିପରି ଗାଡ଼କଣରେ ୨ ଏକର ଜମି ଜବରଦଖଲ କାରୀଙ୍କ କବଜାରେ ଥିବାବେଳେ ଚନ୍ଦ୍ରଶେଖର ପୁରରେ ଦେଢ଼ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି  । ଏସବୁକୁ କବଜାକାରୀଙ୍କ କବଳରୁ ମୁକୁଳାଇବାକୁ ନୂଆ ସରକାର ଯଥାସାଧ୍ୟ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe