କନକ ବ୍ୟୁରୋ: ବିଶ୍ବକୁ ଘାରିଲାଣି ତୃତୀୟ ବିଶ୍ବଯୁଦ୍ଧ ଭୟ । ପୁଟିନଙ୍କୁ ରୋକିବା ପାଇଁ ୟୁକ୍ରେନର ବଳ ବଢ଼ାଉଛି ଆମେରିକା । ଏଥିପାଇଁ ଏବେ ୟୁକ୍ରେନକୁ ଘାତକ ଅସ୍ତ୍ର ଯେମିତି କି ଲ୍ୟାଣ୍ଡମାଇନ ଓ ଅତ୍ୟାଧୁନିକ ହିମର୍ସ ସିଷ୍ଟମ ପଠାଇଛି ଆମେରିକା । ବଡ଼ ଯୁଦ୍ଧ ଆଶଙ୍କାରେ କିଭରେ ଥିବା ଦୂତାବାସକୁ ବନ୍ଦ କରିଦେଇଛନ୍ତି ଅନେକ ଦେଶ ।
- ବିଶ୍ବକୁ ଘାରିଲାଣି ତୃତୀୟ ବିଶ୍ବଯୁଦ୍ଧ ଭୟ
- ୟୁକ୍ରେନକୁ ଘାତକ ଅସ୍ତ୍ର ପଠାଇଲା ଆମେରିକା
ପୁଟିନଙ୍କୁ ଚେକ୍ ଦେବାକୁ ଆମେରିକାର ବଡ ପ୍ଲାନ୍ । ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଛି ଏବେ ଆମେରିକା । କୁହାଯାଉଛି ଆମେରିକା ପଠାଇଥିବା ଏହି ଅସ୍ତ୍ରଶସ୍ତ୍ର ସବୁଠାର ଘାତକ ହେବ । ପ୍ରାୟ ୨୭୫ ମିଲିୟନର ୱେପନ ଡିଲ୍ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଛି । ଏହି ଚୁକ୍ତି ଅନୁସାରେ, ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା!
- ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକା ପଠାଇଲା ଘାତକ ଅସ୍ତ୍ରଶସ୍ତ୍ର
- ପ୍ରାୟ ୨୭୫ ମିଲିୟନର ଅସ୍ତ୍ରଶସ୍ତ୍ର ପଠାଇଲା ଆମେରିକା
- ୟୁକ୍ରେନକୁ ଲ୍ୟାଣ୍ଡମାଇନ୍, ଡ୍ରୋନ୍ ଇତ୍ୟାଦି ପଠାଇଛି ଆମେରିକା
- ଆମେରିକା ଘାତକ ହିମର୍ସ ରକେଟ୍ ସିଷ୍ଟମ ବି ପଠାଇଛି ୟୁକ୍ରେନକୁ
ୟୁକ୍ରେନ ରାଜଧାନୀ କିଭ୍ରେ ଥିବା ନିଜର ଦୂତାବାସକୁ ୪ ରାଷ୍ଟ୍ର ବନ୍ଦ କରିଦେଇଛନ୍ତି। ଦୂତାବାସ ବନ୍ଦ କରିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଆମେରିକା, ସ୍ପେନ୍, ଇଟାଲି ଓ ଗ୍ରୀସ୍। ରୁଷ୍ ସେନାର ଆକ୍ରମଣ ଆଶଙ୍କା କରି ଏହି ରାଷ୍ଟ୍ରଗୁଡ଼ିକ ଏପରି ପଦକ୍ଷେପ ନେଇଛନ୍ତି। ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ କିଭ୍ସ୍ଥିତ ଦୂତାବାସ ଉପରେ ନଭେମ୍ବର ୨୦ରେ ରୁଷ୍ ପକ୍ଷରୁ ବଡ ଧରଣର ଆକ୍ରମଣ ନେଇ ସୂଚନା ମିଳିଛି।