ବିଳାସପୂର୍ଣ୍ଣ ବଙ୍ଗଳା, କୋଟି କୋଟି ଟଙ୍କାର ଗଣ୍ଡା ଗଣ୍ଡାର କାର । ଗାଜିଆବାଦରେ ଠାବ ହେଲା ନକଲି ଦୂତାବାସ

10

କନକ ବ୍ୟୁରୋ : ଆପଣ ନକଲି ସାମଗ୍ରୀ ଉତ୍ପାଦନ କମ୍ପାନୀ, ନକଲି କଲ ସେଣ୍ଟର ଓ କିଛିଦିନ ତଳେ ଗୁଜରାଟରୁ କିଛି ନକଲି ବ୍ୟାଙ୍କ ଠାବ ହୋଇଥିବା ଖବର ନିଶ୍ଚିତ ଜାଣିଥିବେ । ହେଲେ ଆପଣ କେବେ ଶୁଣିଛନ୍ତି କି, ନକଲି ଦୂତାବାସ କଥା । ଦୂତାବାସ ପୁଣି ଏଭଳି ଦେଶ ନାମରେ ଯେଉଁ ନାମରେ ଦେଶ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ । ଏଭଳି ଏକ ନକଲି ଦୂତାବାସ ଠାବ ହୋଇଛି ବିଜେପି ଶାସିତ ଉତ୍ତରପ୍ରଦେଶରୁ । ଉତ୍ତରପ୍ରଦେଶ ଗାଜିଆବାଦରେ କିଛି ଲୋକ ଏକ ନକଲି ଦୂତାବସ ନିର୍ମାଣ କରିଛନ୍ତି । ଏହି ନକଲି ଦୂତାବାସ ରାକେଟର ଖୋଲାସା ଏବେ ଉତ୍ତରପ୍ରଦେଶ ଏସଟିଏଫ୍ କରିଛି । ଏହାସହ ସନ୍ଦେହରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହର୍ଷବର୍ଦ୍ଧନ ଓ ସେ ଭଡ଼ାରେ ଏକ ଘର ନେଇ ୱେଷ୍ଟ ଆର୍କିଟେକ୍ ଦେଶ ନାମରେ ଏକ ଦୂତାବାସ ଚଳାଇଥିଲା । 

ପୁଲିସ ତା'ର ପ୍ରାଥମିକ ଯାଂଚ ପରେ ଜାଣିବାକୁ ପାଇଛି କି, ହଷବର୍ଦ୍ଧନ ନିଜକୁ ୱେଷ୍ଟ ଆର୍କିଟେକ, ସବୋର୍ଗା, ପଲଭିୟା ଭଳି ଦେଶର ରାଜନାୟିକ ବୋଲି ପରିଚୟ ଦେଇ ଏହି ଦୂତାବାସ ଚଳାଉଥିଲ।। ଏହାର ଫାଇଦା ନେଇ ହଷବର୍ଦ୍ଧନ ଅନେକଗୁଡିଏ ଦାମୀ ଗାଡ଼ିରେ ରାଜନାୟିକ ନମ୍ବର ଲଗାଇଥିଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହଷବର୍ଦ୍ଧନ ଯେଉଁ ଯେଉଁ ଦେଶଗୁଡିକର ନାମ ନେଇ ଦୂତାବାସ ଖୋଲିଥିଲା ସେଭଳି ଦେଶ ବିଶ୍ୱର କେଉଁ କୋଣରେ ମଧ୍ୟ ନାହିଁ । ସ୍ଥାନୀୟ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ହଷବର୍ଦ୍ଧନ ଅଫିସରେ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଫଟୋ ଲଗାଇଥିଲା । ହଷବର୍ଦ୍ଧନ ଏହି ଦୂତାବାସ ନାମରେ ବାହାର ଦେଶକୁ ଶ୍ରମିକ ଚାଲାଣ କରୁଥିଲା । ଏନେଇ ସେ ଶ୍ରମିକମାନଙ୍କ ଠାରୁ କମିସନ ନେଉଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe