ପାଶ୍ଚାତ୍ୟ ସଭ୍ୟତାକୁ ଫେରିବ କି ଦେଶ, ବାହାଘରକୁ ନେଇ ଯୋଗୀ ସରକାରଙ୍କ ନୂଆ ନିୟମ, ବିନା ପଣ୍ଡିତରେ ହୋଇପାରିବନି ପଞ୍ଜୀକରଣ

ଆଜି (ଶନିବାର) ଠାରୁ ଉତ୍ତରପ୍ରଦେଶ ସରକାର ଯେଉଁ ବିବାହ ନିୟମ ଲାଗୁ କରିଛନ୍ତି  ଏହି ନିୟମ ମୁତାବକ ବିବାହ ପଞ୍ଜୀକରଣ ବେଳେ ଯଦି ଉଭୟ ପକ୍ଷରୁ କୌଣସି ପରିବାର ସଦସ୍ୟ ଆସି ନପାରନ୍ତି ତେବେ ବିବାହ କରାଇଥିବା ପଣ୍ଡିତ, ପାଦ୍ରୀ କିମ୍ବା ମୌଲବୀଙ୍କୁ ଉପସ୍ଥିତି ନିହାତି ଦରକାର ।

ASDFFSADFDSSD

କନକ ବ୍ୟୁରୋ : ଆଜି ବି ଦେଶରେ ସର୍ବାଧିକ ବିବାହ ବ୍ରାହ୍ମଣ, ବାରିକ ଓ ଜ୍ୟୋତିଷଙ୍କୁ ନେଇ ବେଦିରେ ହେଉଛି । ମାତ୍ର କିଛି ବିବାହ କୋର୍ଟରେ ହେଉଛି । କୋର୍ଟରେ ବିବାହ ବେଳେ ଯଦି ବର-କନ୍ୟା ସାବାଳକ ଓ ନିଜ ଇଚ୍ଛାରେ ବିବାହ କରୁଛନ୍ତି ତେବେ ତୃତୀୟ ପକ୍ଷଙ୍କର ଆବଶ୍ୟକତା ପଡିନଥାଏ । ହେଲେ ଏବେ ଉତ୍ତର ପ୍ରଦେଶ ସରକାର ବିବାହ ପଞ୍ଜୀକରଣ ପାଇଁ ପଣ୍ଡିତ, ପାଦ୍ରୀ ଓ ମୌଲବୀଙ୍କ ଉପସ୍ଥିତ ବାଧ୍ୟତାମୂଳକ କରିଛନ୍ତି । 

ଆଜି (ଶନିବାର) ଠାରୁ ଉତ୍ତରପ୍ରଦେଶ ସରକାର ଯେଉଁ ବିବାହ ନିୟମ ଲାଗୁ କରିଛନ୍ତି  ଏହି ନିୟମ ମୁତାବକ ବିବାହ ପଞ୍ଜୀକରଣ ବେଳେ ଯଦି ଉଭୟ ପକ୍ଷରୁ କୌଣସି ପରିବାର ସଦସ୍ୟ ଆସି ନପାରନ୍ତି ତେବେ ବିବାହ କରାଇଥିବା ପଣ୍ଡିତ, ପାଦ୍ରୀ କିମ୍ବା ମୌଲବୀଙ୍କୁ ଉପସ୍ଥିତି ନିହାତି ଦରକାର । ସେମାନଙ୍କ ସାକ୍ଷୀ ପରେ ବିବାହ ପଞ୍ଜୀକରଣ ହୋଇପାରିବ । କେବଳ ସେତିକି ନୁହେଁ ବିବାହ ବେଳର ଭିଡିଓ ଏକ ପେନ୍ ଡ୍ରାଇଭରେ ଆଣି କୋର୍ଟ ବା ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ । 

କହିରଖୁ କି ଏହା ପୂର୍ବରୁ ବିବାହ ପଞ୍ଜୀକରଣ ବାହାଘର ହୋଇଥିବା ମଣ୍ଡପର ସାର୍ଟିଫିକେଟ୍ ଆଧାରରେ ହୋଇପାରୁଥିଲା । ହେଲେ ଏଥିରେ ଅନେକ ତ୍ରୁଟି ଦେଖାଦେବାରୁ ଯୋଗୀ ସରକାର ଏହାର ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଲାଗୁହେବା ପରେ ଏବେ ଲୁଚିଛପି ବିବାହ ପଞ୍ଜୀକରଣ ବା ସିଧା ଭାଷାରେ କୋର୍ଟ ମ୍ୟାରେଜ କରିବା ଅସମ୍ଭବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe