ତିରୁପତି ଲଡୁ ବିବାଦରେ ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜ: ତିରୁମାଲା ତିରୁପତି ଦେବସ୍ଥାନମକୁ କେବେବି ଘିଅ ଯୋଗାଇନଥିବା ଅମୁଲର ସ୍ପଷ୍ଟୀକରଣ

Advertisment

ତିରୁପତି ଲଡୁ ବିବାଦ। ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ। ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତଳେ ମିଶିଥିବା ଅଭିଯୋଗ ପରେ ଏହାକୁ ନେଇ ବିବାବ ବଢିବାରେ ଲାଗିଛି। ଏହାରି ଭିତରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ତିରୁପତି ଲଡୁ ବିବାଦ। ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ। ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତଳେ ମିଶିଥିବା ଅଭିଯୋଗ ପରେ ଏହାକୁ ନେଇ ବିବାବ ବଢିବାରେ ଲାଗିଛି। ଏହାରି ଭିତରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

r

କନକ ବ୍ୟୁରୋ: ତିରୁପତି ଲଡୁ ବିବାଦ। ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ। ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି, ମାଛ ତଳେ ମିଶିଥିବା ଅଭିଯୋଗ ପରେ ଏହାକୁ ନେଇ ବିବାବ ବଢିବାରେ ଲାଗିଛି। ଏହାରି ଭିତରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତିରୁପତି ଲଡ଼ୁ ସହ ଜଡିତ ବିବାଦ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କଡା ତଥା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ। ସୋଶାଲ ମିଡିଆରେ ଏକ ପୋଷ୍ଟ କରି  କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିବା ଉଚିତ। ଏଥିସହ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ଉଚିତ। ହିନ୍ଦୁମାନଙ୍କ ବିଶ୍ୱାସ ଏବଂ ଆସ୍ଥା ଉପରେ ସିଧାସଳଖ ଆକ୍ରମଣ ହୋଇଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଏଥିସହ ଗତ ୪ ବର୍ଷ ଭିତରେ ତିରୁପୁତି ଲଡ଼ୁ ପାଇଁ ଘିଅ ଯୋଗାଉଥିବା ଯୋଗାଣକାରୀଙ୍କ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଶୋଭା କରନ୍ଦଲାଜେ ମଧ୍ୟ ଦାବି କରିଛନ୍ତି। କିଏ ଟେଣ୍ଡର ପାଇଛନ୍ତି ଏବଂ କେଉଁଠାରୁ ଘିଅ ଯୋଗାଇ ଦିଆଯାଉଛି ତାହା ସ୍ପଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି। ହିନ୍ଦୁ ବିଶ୍ୱାସ ସହ ଜଡିତ ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ ଏହି କଠୋର ଦାବି ରାଜନୈତିକ ତଥା ଧାର୍ମିକ ସ୍ତରରେ ଏକ ହଇଚଇ ସୃଷ୍ଟି କରିଛି। ସେପଟେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଲଡ଼ୁ ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା କୋଟି କୋଟି ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୟାସର ବିଷୟ। ଏଥିରେ କୌଣସି ରାଜନୀତି ହେବା ଉଚିତ ନୁହେଁ। ଶୀଘ୍ର ସତ୍ୟ ବାହାରକୁ ଆସିବା ଉଚିତ। ଯଦି ଲ୍ୟାବ ରିପୋର୍ଟ ଠିକ ଅଛି ତେବେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ

ଲଡୁ ବିବାଦ
ସିବିଆଇ ତଦନ୍ତ ଦାବି
ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ
ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ଦାବି
ଲଡୁରେ ପଶୁ ଚର୍ବି, ମାଛ ତଳେ ମିଶିଥିବା ଅଭିଯୋଗ
ସ୍ୱତନ୍ତ୍ର ଦଳ ଗଠନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ
‘ହିନ୍ଦୁଙ୍କ ବିଶ୍ୱାସ ଏବଂ ଆସ୍ଥା ଉପରେ ସିଧାସଳଖ ଆକ୍ରମଣ ହୋଇଛି’
ଏହାକୁ ବରଦାସ୍ତ କରାଯିବ ନାହିଁ: କେନ୍ଦ୍ରମନ୍ତ୍ରୀ
୪ ବର୍ଷ ଭିତରେ ତିରୁପୁତି ଲଡ଼ୁ ପାଇଁ ଘିଅ ଯୋଗାଉଥିବା ସଂସ୍ଥାର ତଦନ୍ତ  ଦାବି
କିଏ ଟେଣ୍ଡର ପାଇଛନ୍ତି ଏବଂ କେଉଁଠାରୁ ଘିଅ ଆସୁଛି ତାର ତର୍ଜମା ଆବଶ୍ୟକ
ଏହା ଉପରେ କୌଣସି ଗୋପନୀୟତା ରହିବା ଉଚିତ ନୁହେଁ
‘ପୂରା ସତକୁ ସାମ୍ନାକୁ ଆଣିବା ସମୟ ଆସିଛି’
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଘଟଣା ତଦନ୍ତ ଦାବି କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe