କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ଅନୁମୋଦନ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୫ଟି ପ୍ରସ୍ତାବରେ ମୋହର । ନିଯୁକ୍ତି ପରୀକ୍ଷାରେ ତ୍ରୁଟି କଲେ ହେବ କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତକୁ ୫ ବର୍ଷ ଯାଏ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହୋଇପାରେ ।

Advertisment

ସେପଟେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪କୁ ମଞ୍ଜୁରୀ ମିଳିଛି । OPSC, SSB, OSSSC ପରୀକ୍ଷାରେ ତ୍ରୁଟି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେବା ପ୍ରଦାନକାରୀଙ୍କୁ ମଧ୍ୟ ହେବ ୧ କୋଟି ଜରିମାନା ।

ନିକଟରେ OSSSC ଆର୍ ଆଇ, ଅମିନ ପରୀକ୍ଷାରେ ଅନିୟମିତତା ନେଇ ଛାତ୍ରଛାତ୍ରୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାଫେରେ ପରୀକ୍ଷା ହେଉଥିବା ନେଇ ପ୍ରତିବାଦ କରିଥିଲେ ।