ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚକୁ ନେଇ ତେଜୁଛି ରାଜନୀତି: ଶିବସେନାର ପ୍ରଶ୍ନର ଜବାବ ରଖିଲେ ନିର୍ବାଚନ କମିଶନ

Advertisment

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୁଣି ବ୍ୟାଗକୁ ନେଇ ବିବାଦ ।  ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଂଚ ଘଟଣାକୁ ନେଇ ତୁମ୍ବି ତୋଫାନ ଦେଖାଦେଇଛି । ସୋମବାର ଏକ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଉଦ୍ଧବ ୟବତମାଲାରେ ପହଁଚିଥିଲେ ।

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୁଣି ବ୍ୟାଗକୁ ନେଇ ବିବାଦ ।  ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଂଚ ଘଟଣାକୁ ନେଇ ତୁମ୍ବି ତୋଫାନ ଦେଖାଦେଇଛି । ସୋମବାର ଏକ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଉଦ୍ଧବ ୟବତମାଲାରେ ପହଁଚିଥିଲେ ।

efefef

କନକ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୁଣି ବ୍ୟାଗକୁ ନେଇ ବିବାଦ ।  ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଂଚ ଘଟଣାକୁ ନେଇ ତୁମ୍ବି ତୋଫାନ ଦେଖାଦେଇଛି । ସୋମବାର ଏକ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଉଦ୍ଧବ ୟବତମାଲାରେ ପହଁଚିଥିଲେ । ଘରୋଇ ହେଲିକପ୍ଟରରେ ଉଦ୍ଧବ ପହଁଚିବାପରେ ତାଙ୍କୁ ରୋକିଥିଲେ ନିର୍ବାଚନ କମିଶନଙ୍କ କିଛି ଅଧିକାରୀ । ଉଦ୍ଧବଙ୍କୁ ପରିଚୟ ପତ୍ର ମାଗିଥିଲେ ଓ ତାଙ୍କ ବ୍ୟାଗକୁ କିଛି ମିନିଟ ଧରି ଯାଂଚ କରିଥିଲେ ।

ଏହି ସମୟରେ ଅଧିକାରୀ ଓ ଉଦ୍ଧବଙ୍କ ମଧ୍ୟରେ କଥାକଟାକଟି ହେଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ନିଜେ ଉଦ୍ଧବ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବନାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରାଜନୀତି ଆରମ୍ଭ ହୋଇଛି । ଶିବସେନା କହିଛି ମୋଦୀ, ଶାହ, ସିନ୍ଦେ, ଫଡନାବିସ ଆସିଲେ କ’ଣ ଏଭଳି ଯାଂଚ କରନ୍ତି ନିର୍ବାଚନ କମିଶନ? ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ପାଇଁ କୋହଳ ମନୋବୃତ୍ତି  କାହିଁକି? ଅନ୍ୟଙ୍କ ପ୍ରତି କାହିଁକି କଠୋର ହେଉଛନ୍ତି ନିର୍ବାଚନ କମିଶନ? ଏଭଳି କାର୍ଯ୍ୟାନୁଷ୍ଠାନ ନିର୍ବାଚନ କମିଶନଙ୍କ ପକ୍ଷପାତିତାର ବଡ ଉଦାହରଣ ବୋଲି କହିଛନ୍ତି ସାଂସଦ ସଂଜୟ ରାଉତ ।

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ନିର୍ବାଚନ ଆସିଲେ ଏଭଳି ଘଟଣା ଏବେ ସାଧାରଣ ଘଟଣା ହେଲାଣି । ତଦନ୍ତାକାରୀ ସଂସ୍ଥା ଆକ୍ସନ ମୁଡକୁ ଆସିଥାନ୍ତି ଆଉ ଏବେ ନିର୍ବାଚନ କମିଶନଙ୍କ ଏଭଳି ପକ୍ଷପାତିତା କେତେ ଦୂର ଉଚିତ ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ରମେଶ । 

ବିଜେପି କହିଛି ନିର୍ବାଚନ କମିଶନଙ୍କ ଅଧିକାରୀ ନିଜ ଦାୟିତ୍ୱ ତୁଳାଉଛନ୍ତି । ଏଥିରେ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି ଉଦ୍ଧବ । ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ପଡିବ ଭୋଟ । ଯାହା ପାଇଁ ବୟାନବାଜିଠୁ ନେଇ ସୋସିଆଲ ମିଡିଆ ୱାର ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe