ଗଛରେ ପିଟିହେଲା ବାଇକ୍ , ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ

କୋରାପୁଟ ବୈପାରିଗୁଡ଼ା କାଦଆମ୍ବ ଛକରେ ଦୁର୍ଘଟଣା । ଗଛରେ ପିଟିହୋଇ ଦୁଇ ଯୁବକଙ୍କ ମୃତ୍ୟୁ । ନାମକରଣ ଭୋଜି ପାଇଁ ସଉଦା ସାମଗ୍ରୀ କିଣିବାକୁ ଗଲାବେଳେ ଅଘଟଣ । 

baipariguda Accident

baipariguda Accident Photograph: (KanakNews)

କନକ ବ୍ୟୁରୋ: କୋରାପୁଟ ବୈପାରିଗୁଡ଼ା କାଦଆମ୍ବ ଛକରେ ସଡ଼କ ଦୁର୍ଘଟଣା । ଗଛରେ ବାଇକ୍ ପିଟିହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, କଦଳୀପଦର ଗାଁର ଅମିନ ସାନ୍ତା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଏକ ଉତ୍ସବରେ ଯୋଗ ଦେବାକୁ  କାଦଆମ୍ବ ଗାଁକୁ ଯାଇଥିଲେ । ଭୋଜି ସାମଗ୍ରୀ କିଣିବା ପାଇଁ ବାଇକରେ କାଦଆମ୍ବରୁ ରାମଗିରି ବାହାରି ଥିଲେ ଅମିନ । ତାଙ୍କ ସହ ମିଶି ଆଉ ୨ ସାଙ୍ଗ ଜିତୁ ଖିଲ ଏବଂ ମଙ୍ଗଳୁ ଗୋଲରୀ ଗୋଟିଏ ବାଇକରେ ଯାଇଥିଲେ । ରାମଗିରିରୁ ଭୋଜି ସାମଗ୍ରୀ କିଣି ଫେରୁଥିବା ବେଳେ କାଦଆମ୍ବ ଛକରେ ଗଛରେ ପିଟି ହୋଇଥିଲା ବାଇକ୍ । ଫଳରେ ଘଟଣାସ୍ଥଳରେ ହିଁ ଜିତୁ ଖିଲଙ୍କ ମୃତ୍ୟୁ ହୋଇଯାଇଥିଲା । ଅମିନ ସାନ୍ତା ଏବଂ ମଙ୍ଗଳୁ ଗୋଲରୀଙ୍କୁ ଗୁରୁତର ଅବସ୍ଥାରେ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ କୋରାପୁଟ ମେଡିକାଲ କଲେଜକୁ ପଠାଇଦିଆଯାଇଥିଲା । କୋରାପୁଟ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମିନ ସାନ୍ତାଙ୍କ ମୃତ୍ୟୁ ହୋଇଛି । 

ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ୨ ଯୁବକଙ୍କ ଜୀବନ ଚାଲିଯାଇଥିବାବେଳେ କାଦଆମ୍ବ ଏବଂ କଦଳୀପଦର ଗାଁରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe