କନକ ବ୍ୟୁରୋ : ଲୁହାପଥର ପରିବହନକୁ ନେଇ ଦୁଇ ଟ୍ରକ୍ ମାଲିକ ସଂଘ ମୁହାଁମୁହିଁ । କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି । ବିବାଦ ତେଜିବାରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୨ ଏସଡିପିଓ ଓ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସୂଚନା ଅନୁସାରେ, ପୁରୁଣା ଟ୍ରକ୍ ସଂଘକୁ ଏଡ଼ାଇ ଏବେ ନୂଆ ଟ୍ରକ୍ ମାଲିକ ସଂଘ ଗଠନ କରାଯାଇଛି । ସରକାରୀ ଦଳର କିଛି ଟ୍ରକ ମାଲିକ ଏହି ପରିବହନ ଦାୟିତ୍ଵକୁ ନେବାକୁ ଏକ ସଂଘ କରି ଏବେ ଖଣି କାର୍ୟ୍ୟରୁ ପୁରୁଣା ସଂଘକୁ ବାଦ୍ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଇଛି । ଯାହାକୁ ନେଇ ଦୁଇ ସଂଘ ମହାଁ ମୁହିଁ ହୋଇଛନ୍ତି । ନୂଆ ସଂଘ ସମ୍ପୂର୍ଣ୍ଣ ବେଆଇନ ଏବଂ ସରକାରୀ ଅଧିକାରୀ ଚଞ୍ଚକତା କରି ଏହାର ପଞ୍ଜିକରଣ କରିଥିବା ଅଭିଯୋଗ କରିଛି ପୂରୁଣା ଟ୍ରକ୍ ମାଲିକ ସଂଘ । ସେପଟେ ପୁରୁଣା ସଂଘ ଦୁର୍ନୀତିରେ ବୁଡ଼ି ରହି ଟ୍ରକ୍ ମାଲିକଙ୍କୁ ଶୋଷଣ କରୁଥିବା ନୂଆ ସଂଘ ଅଭିଯୋଗ କରିଛି । ଏହାକୁ ନେଇ ଦୈତାରୀ ଲୁହାପଥର ଖଣିରେ ଉତ୍ତେଜନା ଲାଗି ରହିଛି । ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଦୁଇ ଟ୍ରକ୍ ମାଲିକ ସଂଘ ମୁହାଁମୁହିଁ । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ
ଲୁହାପଥର ପରିବହନକୁ ନେଇ ଦୁଇ ଟ୍ରକ୍ ମାଲିକ ସଂଘ ମୁହାଁମୁହିଁ । କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି । ବିବାଦ ତେଜିବାରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୨ ଏସଡିପିଓ ଓ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।