କଟକ ମାହାଙ୍ଗାରେ ଯୁବକ-ଯୁବତୀଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ

ମୃତ ଯୁବତୀ ଚିନ୍ମୟୀ ଭୋଇ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ।  ଗତ ୪ ଦିନ ହେବ ଏକ ଭଡ଼ା ଘରେ ରହୁଥିଲେ ଚିନ୍ମୟୀ । କାଲିଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ସେ ରହୁଥିବା ଭଡା ଘର କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ  ଖବର ଦେଇଥିଲେ ।

dsfasddsdssrete

କନକ ବ୍ୟୁରୋ : ପ୍ରେମ ପାଇଁ ଚାଲିଗଲା ୨ ଜୀବନ । କଟକ ଜିଲ୍ଲା ମାହାଙ୍ଗାରେ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବତୀ ଚିନ୍ମୟୀ ଭୋଇ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ।  ଗତ ୪ ଦିନ ହେବ ଏକ ଭଡ଼ା ଘରେ ରହୁଥିଲେ ଚିନ୍ମୟୀ । କାଲିଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ସେ ରହୁଥିବା ଭଡା ଘର କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ  ଖବର ଦେଇଥିଲେ । ଆଜି ପୁଲିସ  ଆସି କବାଟ ଖୋଲିବା ପରେ ଚିନ୍ମୟୀ ତାଙ୍କ ଓଢଣିରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପ୍ରେମ ସମ୍ପର୍କରୁ ଏଭଳି କରୁଣ ପରିସ୍ଥିତି ହୋଇଥିବା ସନ୍ଦେହ କରାଯାଉଛି । ମାହାଙ୍ଗା ଥାନା ପୁଲିସ ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe