ଦଣ୍ଡଯାତ୍ରାରେ କିନ୍ନର କଳାକାର ; ସଂସ୍କୃତିର ସୁରକ୍ଷା ପାଇଁ ହେଲେ ଆଗଭର

ସମାଜ ସେମାନଙ୍କୁ କିଛିଟା ଭିନ୍ନଦୃଷ୍ଟିରେ ଦେଖିଲେ ବି ବାସ୍ତବରେ ସେମାନେ କିଛି କମ୍ ନୁହନ୍ତି ।  ଏବେ ଦଣ୍ଡଯାତ୍ରାରେ କିନ୍ନରମାନେ ଅଭିନୟ କରୁଛନ୍ତି । ନିକଟରେ ଶେଷ ହୋଇଥିବା ଦଣ୍ଡଯାତ୍ରାରେ କିନ୍ନରମାନେ ଅନ୍ୟତମ ଆକର୍ଷଣ ସାଜିଥିଲେ। ।

transgender Artist

transgender Artist Photograph: (KanakNews)

କନକ ବ୍ୟୁରୋ: କିନ୍ନର ହେଲେ ବି ଏମାନଙ୍କ କଳା ପ୍ରତିଭା କିଛି କମ୍ ମୁହେଁ । ଅନ୍ୟ କଳାକାରଙ୍କ ପରି ଏମାନେ ଅଭିନୟ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ପାରମ୍ପରିକ ଦଣ୍ଡଯାତ୍ରା ସେମାନଙ୍କୁ କଳା ପ୍ରଦର୍ଶନର ସୁଯୋଗ ଦେବା ସହିତ ରୋଜଗାର ଦେଇଛି। ଚୈତ୍ରମାସର ଟାଇଁଟାଇଁ ଖରାରେ ମାନସିକଙ୍କ କଷ୍ଟଦାୟକ ଧୂଳିଦଣ୍ଡ ବେଳେ କିନ୍ନରମାନେ ଅଭିନୟ କରି  ଓ ମଜାଳିଆ ସଂଳାପ କହି ଦଣ୍ଡୁଆ ଓ ଦେଖଣାହାରୀଙ୍କ ମନୋରଞ୍ଜନ କରିଥାନ୍ତି। ଦଣ୍ଡଯାତ୍ରାରେ ସାମିଲ ହୋଇ ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।


ପୂର୍ବରୁ ଧୂଳିଦଣ୍ଡ ସମୟରେ ଦଣ୍ଡୁଆମାନେ ନାରୀ ବେଶରେ ନୃତ୍ୟ ପରିବେଷଣ କରୁଥିଲେ । ଏବେ କିଛି ବର୍ଷ ହେଲା କିନ୍ନରମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ନାରୀ ଭୂମିକାରେ ଅଭିନୟ କରୁଛନ୍ତି । ତେବେ କିଛି କିନ୍ନର ମନୋରଞ୍ଜନ ନାଁରେ ଥଟ୍ଟାମଜାରେ ଅଶାଳୀନ ଭାଷା ପ୍ରୟୋଗ କରୁଥିବାରୁ ପରିବାର ସହ ବସି ଦଣ୍ଡଯାତ୍ରା ଦେଖିବା ସମ୍ଭବ  ହେଉନାହିଁ । କିନ୍ନରମାନେ ଏଥିରୁ ନିବୃତ୍ତ ରହି କଳା ପ୍ରଦର୍ଶନ କଲେ ସଂସ୍କୃତିର ସୁରକ୍ଷା ସହ ସମସ୍ତେ ଆଗ୍ରହର ସହ ଦଣ୍ଡଯାତ୍ରା ଦେଖିପାରିବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe