ଜେଲରୁ ଫେରିବାବେଳେ ମହେନ୍ଦ୍ର ହେମ୍ବ୍ରମଙ୍କୁ ପାଛୋଟି ନେଲେ ବିଜେପି କର୍ମୀ ; କଟାକ୍ଷ କଲେ ମହୁଆ

ଜେଲରୁ ଫେରିଥିବା ମହେନ୍ଦ୍ର ହେମ୍ବ୍ରମଙ୍କୁ ସ୍ବାଗତ କରିବା ନେଇ ବିଜେପିକୁ କଟାକ୍ଷ କଲେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା  । କହିଲେ,  ହିଂସା ଓ ଅପରାଧକୁ ସ୍ବାଗତ କରିବା ବିଜେପିର ନୀତି । ଗ୍ରାହାମ ଷ୍ଟେନସ୍ ହତ୍ୟା ମାମଲାର ଅନ୍ୟତମ ଦୋଷୀ ୨୫ ବର୍ଷ ଜେଲ କାଟି ମୁକୁଳିଛନ୍ତି ।

ଅଦ୍ୟତନ ହୋଇଛି
Mahendra Hembram

Mahendra Hembram Photograph: (KanakNews)

କନକ ବ୍ୟୁରୋ:  ଜେଲରୁ ମୁକୁଳିବା ପରେ ମହେନ୍ଦ୍ର ହେମ୍ବ୍ରମଙ୍କୁ ସ୍ବାଗତ କରିବା ନେଇ ଓଡ଼ିଶା ବିଜେପି ସରକାର ଉପରେ ବର୍ଷିଲେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା । ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମ ଜେଲରୁ ମୁକୁଳିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା, ଯାହାକୁ ନେଇ କଟାକ୍ଷ କରିଛନ୍ତି ମହୁଆ ।

 ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହର ସହଯୋଗୀ ମହେନ୍ଦ୍ର ହେମ୍ରମଙ୍କୁ ମିଳିଲା ମୁକ୍ତି  । କାରାଦଣ୍ଡ ସମୟରେ ଆଚରଣ ଉତ୍ତମ ଥିବାରୁ ମୁକ୍ତି ପାଇଁ ସରକାର କରିଥଲେ ସୁପାରିସ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସେ ମୁକୁଳିଛନ୍ତି । ମହେନ୍ଦ୍ର ୨୦୦୦ ମସିହାରୁ ଦୀର୍ଘ ୨୫ ବର୍ଷ ଧରି ଆଜୀବନ ସଜ୍ଜା କାଟୁଥିଲେ । ୧୯୯୯ ମସିହା ୨୨ ତାରିଖ ରାତିରେ ଆନନ୍ଦପୁର ଥାନା ମନୋହରପୁର ଗାଁରେ ଗ୍ରାହାମ ଷ୍ଟେନସ୍ ଏବଂ ତାଙ୍କର ୨ପୁଅ ଫିଲିପ୍ ଏବଂ ତିମୋତିଙ୍କ ସହ ଗାଡ଼ିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଗାଡ଼ିରେ ନିଆଁ ଲଗେଇ ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ମାମଲାରେ ଦାରା ସିଂହ ଏବଂ ତାର ସହଯୋଗୀ ଆଜୀବନ ସଜ୍ଜା କାଟୁଛନ୍ତି । ସେମାନଙ୍କ ମଧ୍ୟରୁ ମହେନ୍ଦ୍ର ହେମ୍ବ୍ରମ ଆଜି ଜେଲରୁ ମୁକ୍ତି ପାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe