କନକ ବ୍ୟୁରୋ : ଝାରସୁଗୁଡାରେ ବାଂଲାଦେଶୀଙ୍କୁ ଅଟକ ରଖିବାକୁ ନେଇ ପୁଣି ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଜାଣିଶୁଣି ବିଜେପି ସରକାର, ହଇରାଣ କରୁଥିବା କହି ଏକ ଭିଡିଓ ପୋଷ୍ଟ କରିଛନ୍ତି ମହୁଆ ମୈତ୍ର । ସେ କହିଛନ୍ତି , ପୁଲିସ ଏବେବି ଦୁଇ ଜଣ ପଶ୍ଚିମବଙ୍ଗ ବାସୀନ୍ଦାଙ୍କୁ ଅଟକ ରଖିଛନ୍ତି । ସେମାନଙ୍କର ପରିଚୟପତ୍ର ଯାଞ୍ଚ ହୋଇସାରିଥିଲେ ମଧ୍ୟ ବିନା କାରଣରେ ସେମାନଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମୋବାଇଲ ଫୋନ୍‌ରୁ ବାଂଲାଂଦେଶୀ ନାଗରିକଙ୍କ ଫୋନ୍‌ ନମ୍ବର ଥିବାରୁ ତାଙ୍କୁ ଅଟକ ରଖଯାଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଯୋଗଯୋଗ କରିବାକୁ ଚାହୁଥିବା ନଦିଆ ଏସପିଙ୍କ ଫୋନ୍‌ ଓଡ଼ିଶାର ମୁଖ୍ୟ ଶାସନ ସଚିବ , ଡିଜିପି ଏବଂ ଝାରସୁଗୁଡା ଏସପି ଊଠାଉନଥିବା ଅଭିଯୋଗ ଆଣିଛନ୍ତି । 

Advertisment

ତେବେ ପୁରୀ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ପତ୍ନି ମହୁଆଙ୍କ ଏଭଳି ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହୁଆଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଦିନକୁ ପୂର୍ବରୁ ମଧ୍ୟ ସେ ଏହି ପରି ଆଉ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ ।