ପିପିଲି ନିକଟ ମଙ୍ଗଳପୁର ଗାଁରେ ବାଘ ଆତଙ୍କ : ଗାଁରେ ଅଜଣା ଜନ୍ତୁକୁ ଦେଖିଲେ ଭୟଭୀତ ଗ୍ରାମବାସୀ

ପୁରୀଜିଲ୍ଲା ପିପିଲି ମଙ୍ଗଳପୁର ଗାଁରେ ବାଘ ଆତଙ୍କ । ଗ୍ରାମର ଶତାଧିକ ଲୋକ, ବାଡି ଟର୍ଚ୍ଚ ଧରି ଘରବାଡ଼ି ଓ ଗହୀରରେ   ଖୋଜାଖୋଜି କରି ରାତି ଅନିଦ୍ରା ହୋଇଛନ୍ତି ।

06

Photograph: (kanaknews)

କନକବ୍ୟୁରୋ  :  ପୁରୀଜିଲ୍ଲା ପିପିଲି ମଙ୍ଗଳପୁର ଗାଁରେ ବାଘ ଆତଙ୍କ । ଗ୍ରାମର ଶତାଧିକ ଲୋକ, ବାଡି ଟର୍ଚ୍ଚ ଧରି ଘରବାଡ଼ି ଓ ଗହୀରରେ   ଖୋଜାଖୋଜି କରି ରାତି ଅନିଦ୍ରା ହୋଇଛନ୍ତି । ମଙ୍ଗଳପୁର ଗାଁରେ ଜଣେ ବ୍ୟକ୍ତି ଗୁହାଳକୁ ଯାଇଥିବା ସମୟରେ ଏକ ହଳଦିଆ ଓ କଳା ରଙ୍ଗର ପଟା ଦାଗ ଥିବା ଜନ୍ତୁକୁ ଦେଖିଥିଲେ  ।  ଜଙ୍ଗଲି ଜନ୍ତୁଙ୍କୁ ଦେଖି କୁକୁରମାନେ ଭୁକି ଭୟରେ ଦୁରେଇ ରହିଥିଲେ । ଅଜଣା ଜନ୍ତୁ ଗାଁକୁ ପଶି ଆସିଥିବା ଖବର ପ୍ରଚାରିତ ହୋଇଯିବା ପରେ ଗାଁଲୋକ  ଏକତ୍ରିତ ହୋଇ ଗାଁ ଗହିର, ବିଲବାଡି ଖୋଜାଖୋଜି କରି ରାତି ଅନିଦ୍ରାରେ କାଟିଛନ୍ତି । କିଛି ଲୋକ ଅଜଣା ଜନ୍ତୁକୁ ବାଘ ବୋଲି ଅନୁମାନ କରି ଭୟଭୀତ ଅଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe