ଭୟ ବଢ଼ାଇଲା ବାଘର ପାଦ ଚିହ୍ନ : ବଣାଇ ରେଞ୍ଜରେ ଆତଙ୍କରେ ଲୋକେ , ଚାଲିଛି କଡ଼ା ପାଟ୍ରୋଲିଂ

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବେଲଡ଼ିହି ଜଙ୍ଗଲରେ ଏକ ବାଘର ପାଦ ଚିହ୍ନ କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନକୁ ଦେଖି ତଦନ୍ତ କରୁଛି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବେଲଡ଼ିହି ଜଙ୍ଗଲରେ ଏକ ବାଘର ପାଦ ଚିହ୍ନ କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନକୁ ଦେଖି ତଦନ୍ତ କରୁଛି ।

tiger

tiger Photograph: (KanakNews)

କନକ ବ୍ୟୁରୋ : ବଣାଇ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବେଲଡ଼ିହି ଜଙ୍ଗଲରେ ଏକ ବାଘର ପାଦ ଚିହ୍ନ କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନକୁ ଦେଖି ତଦନ୍ତ କରୁଛି । ଏ କେଉଁ ବାଘର ପାଦ ଚିହ୍ନ ଏହାକୁ ନେଇ ବନବିଭାଗ ଓ ଏକ୍ସପର୍ଟମାନେ ତଦନ୍ତ କରୁଛନ୍ତି । ପାଦ ଚିହ୍ନର ସାମ୍ପୁଲ ନେଇ ତଦନ୍ତ ଚଳାଇଛନ୍ତି ବନ ବିଭାବ । ଏହା କେଉଁ ପ୍ରକାର ବାଘ, ଚାଲିଛି ତଦନ୍ତ । ଅନ୍ୟପଟେ ସୋଲ ଅଞ୍ଚଳରେ କିଛି ଦିନ ତଳେ ବୁଲୁ ଥିବା ମହାବଳ ବାଘ ଏପଟେ ପଳାଇ ଆସିଛି କି , ଏ ଚିହ୍ନ କଲରାପତରିଆ ବାଘର ତାହା ଏବେ ସ୍ପଷ୍ଟ ହୋଇନି,ବନ ବିଭଗ ଏହି ପାଦ ଚିହ୍ନକୁ ନେଇ ସତର୍କ ରହିବା ସହିତ ବନ କର୍ମଚାରୀ ଏବେ ପେଟ୍ରୋଲିଂକୁ କଡ଼ାକଡ଼ି କରି ତୀକ୍ଷ୍ଣ ନଜର ରଖିଛନ୍ତି, ଏପଟେ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe