ଦିନକରେ ଭାରତୀୟ କ୍ରିକେଟକୁ ତିନି ଝଟକା । ଅଷ୍ଟ୍ରେଲିଆ ବିପକ୍ଷରେ ହାରିଲେ ପୁରୁଷ, ମହିଳା ଦଳ । ସେପଟେ ଏସିଆ କପ୍ ଫାଇନାଲ ହାରିଲା ଯୁବ ଦଳ ।

ଗୋଟିଏ ଦିନରେ ଭାରତୀୟ କ୍ରିକେଟ୍‌କୁ ତିନିଟି ଝଟକା। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡିଲେଡ୍‌ ଟେଷ୍ଟ୍‌କୁ ଲଜ୍ଜା‌ଜନକ ଭା‌ବେ ୧୦ ୱିକେଟ୍‌ରେ ହାରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ବ୍ରିସବନରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୧୨୨ ରନ୍‌ରେ ହାରିଛି

TEAM INDIA

କନକ ବ୍ୟୁରୋ: ଗୋଟିଏ ଦିନରେ ଭାରତୀୟ କ୍ରିକେଟ୍‌କୁ ତିନିଟି ଝଟକା। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡିଲେଡ୍‌ ଟେଷ୍ଟ୍‌କୁ ଲଜ୍ଜା‌ଜନକ ଭା‌ବେ ୧୦ ୱିକେଟ୍‌ରେ ହାରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ବ୍ରିସବନରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୧୨୨ ରନ୍‌ରେ ହାରିଛି। ଆଉ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ପରାଜିତ ହୋଇଛି। ଅନ୍ୟପଟେ ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ୍ ଦଳ ବାଂଲାଦେଶଠାରୁ ଏସିଆ କପ୍ ଫାଇନାଲ୍‌ରେ ୫୯ ରନ୍‌ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଛି। 

ଏହି ତିନିଟି ପରାଜୟ ଭାରତୀୟ କ୍ରିକେଟ୍‌ର ସ୍ଥିତି, ଭବିଷ୍ୟତ ଓ ଦକ୍ଷତା ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି କରିଛି। ଆଡିଲେଡରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଗୋଲାପି ବଲ୍‌ ଲଢ଼େଇକୁ ଅଢ଼େଇ ଦିନରେ ହାରିବାର ଲଜ୍ଜା‌ ବହନ କରିଛି ରୋହିତ ବାହିନୀ। ପ୍ରଥମ ପାଳିରେ ୧୫୭ ରନରେ ପଛୁଆ ରହିବା ଏବଂ ଦ୍ବିତୀୟରେ ମାତ୍ର ୧୨୮ ରନରେ ଅଧାଦଳ ହରାଇବା ପରେ ଭାରତ ପରାଜୟ ଶନିବାର ହିଁ ନିଶ୍ଚିତ ହୋଇଯାଇଥିଲା। ରବିବାର ମାତ୍ର ଘଣ୍ଟାକ ଭିତରେ ଭାରତର ଅବଶିଷ୍ଟ ୫ ୱିକେଟ୍ ଅକ୍ତିଆର କରି, ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ କଙ୍ଗାରୁ ଦଳ । ଫଳରେ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି।

ସେପଟେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘରୋଇ ଦଳ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୦-୨ରେ ହାରି ଯାଇଛି। ପ୍ରଥମ ମ୍ୟାଚ୍‌ ୫ ୱିକେଟରେ ହାରିଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚରେ ୧୨୨ ରନରେ ପରାସ୍ତ ହୋଇଛି। ଅନ୍ୟପଟେ 1୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ବି ଭାରତ ହାରିଛି। ବାଂଲାଦେଶ ଧାର୍ଯ୍ୟ କରିଥିବା ୧୯୯ ରନର ଲକ୍ଷ୍ୟଠାରୁ ବହୁ ପଛରେ ରହି ଭାରତ ୩୨.୨ ଓଭରରେ ମାତ୍ର ୧୩୯ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଫଳରେ ବାଂଲାଦେଶ ଟ୍ରଫି ବଜାୟ ରଖିବାକୁ ସକ୍ଷମ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe