କନକ ବ୍ୟୁରୋ : ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା । ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ରାଜ୍ୟରେ ଆଗାମୀ ୪ ତାରିଖ ଯାଏଁ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ହାଲୁକା ଓ କାଁଭାଁ ମଧ୍ୟମ ଧରଣର ବର୍ଷାକୁ ନେଇ ନୂଆପଡ଼ା, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଓ ବଲାଙ୍ଗୀର ଏହି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ସେହିପରି ୪ ତାରିଖରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୪୦ରୁ ୫୦ କିମି ପବନ ବହିବା ନେଇ ଆକଳନ ହୋଇଛି । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଏହି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାର ନଥିବା ବେଳେ ୪୦ ଡିଗ୍ରୀ ସହ ଗୋଟେ ଦୁଇଟି ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ବିଭାଗ ପୂର୍ବାନୁମାନ କରିଛି ।