କନକ ବ୍ୟୁରୋ :  ଶ୍ରୀମନ୍ଦିର ସହ ଏହାର ଭିତର ଓ ବାହାର ବେଢ଼ାକୁ ସୁରକ୍ଷା ଦେଇ ଆସୁଛି ସୁଦୃଢ଼ ମେଘନାଦ ପାଚେରି । କିନ୍ତୁ ସେହି ମେଘନାଦ ପାଚେରୀରେ ଫାଟ, ଶ୍ରୀମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଗୁରୁତର ଅବହେଳାକୁ ଧରାପକାଇ ଦେଇଛି । ମେଘନାଦ ପାଚେରୀରେ ସୃଷ୍ଟି ହୋଇଛି ଏକାଧିକ ଫାଟ। 

Advertisment

ସିଂହଦ୍ବାର ସମ୍ମୁଖ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ୟ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କେବଳ ସେତିକି ନୁହଁ ବହୁ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରୀରେ ଏଭଳି ଫାଟ ପାଇଁ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ସମେତ ବରିଷ୍ଠ ସେବାୟତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତ୍ରୁଟି ଯୋଗୁଁ ଏଭଳି ଘଟିଛି ବୋଲି କହିଛନ୍ତି । 

ମେଘନାଦ ପାଚେରୀରେ ଫାଟ ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ଆଇନମନ୍ତ୍ରୀ । ତେବେ ଆଗକୁ ଯେମିତି ଏଭଳି ସମସ୍ୟା ନହେବ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ। କୁହାଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଛେଦ ବେଳେ ଜେସିବି ମାଡରେ ଏକାଧିକ ସ୍ଥାନରେ ଗର୍ତ ସୃଷ୍ଟି ହୋଇଥିଲା। ସେହି ଗର୍ତ୍ତର ଆକାର ବୃଦ୍ଧି ପାଇ ବିପଦ ସୃଷ୍ଟି କଲାଣି। ସେହି ବାଟ ଦେଇ ସବୁବେଳେ ପାଣି ଗଳୁଛି ।