ଜମି ଅଛି, ବିକ୍ରି ହୋଇପାରୁନି: ଦରକାର ବେଳେ ହୀନସ୍ତା ଜମି ମାଲିକ

Advertisment

ଜମି ବିକ୍ରି କରୁବାକୁ ଚାହୁଁଛନ୍ତି କି? ସମ୍ପୂର୍ଣ୍ଣ ଜମି ବିକ୍ରି କଲେ ଯାଇ ରେଜିଷ୍ଟ୍ରେସନ ହୋଇପାରିବ। ଜମିର କିଛି ଅଂଶ ବିକ୍ରି ମନା। ହଁ ଆମେ ରାଜଧାନୀ ଭୁବନେଶ୍ୱର କଥା କହୁଛୁ। ଏଠାରେ ଏମିତି ନିୟମ ଏବେ ଜମି ମାଲିକ ଚିନ୍ତାରେ।

ଜମି ବିକ୍ରି କରୁବାକୁ ଚାହୁଁଛନ୍ତି କି? ସମ୍ପୂର୍ଣ୍ଣ ଜମି ବିକ୍ରି କଲେ ଯାଇ ରେଜିଷ୍ଟ୍ରେସନ ହୋଇପାରିବ। ଜମିର କିଛି ଅଂଶ ବିକ୍ରି ମନା। ହଁ ଆମେ ରାଜଧାନୀ ଭୁବନେଶ୍ୱର କଥା କହୁଛୁ। ଏଠାରେ ଏମିତି ନିୟମ ଏବେ ଜମି ମାଲିକ ଚିନ୍ତାରେ।

ùccùc

କନକ ବ୍ୟୁରୋ: ଜମି ବିକ୍ରି କରୁବାକୁ ଚାହୁଁଛନ୍ତି କି? ସମ୍ପୂର୍ଣ୍ଣ ଜମି ବିକ୍ରି କଲେ ଯାଇ ରେଜିଷ୍ଟ୍ରେସନ ହୋଇପାରିବ। ଜମିର କିଛି ଅଂଶ ବିକ୍ରି ମନା। ହଁ ଆମେ ରାଜଧାନୀ ଭୁବନେଶ୍ୱର କଥା କହୁଛୁ। ଏଠାରେ ଏମିତି ନିୟମ ଏବେ ଜମି ମାଲିକ ଚିନ୍ତାରେ। ଏନେଇ କାହାକୁ ବି ଅଭିଯୋଗ କଲେ ବି ନ୍ୟାୟ ମିଳୁନି। ଶେଷରେ ନିରୁପାୟ ହୋଇ ଆଜି ଜମି ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସରକାରଙ୍କ ଅଜବ ନିୟମ ଯୋଗୁଁ, ଜରୁରୀକାଳୀନ ପରିସ୍ଥିତିରେ ଆପଣ ଚାହିଁଲେ ଆପଣଙ୍କ ପାଖରେ ଥିବା ପ୍ଲଟର କିଛି ଅଂଶ ବିକ୍ରି କରିପାରିବେନି ବରଂ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ଲଟ ବିକ୍ରି କରିବା ଲାଗି ଏହି ବାଧ୍ୟତାମୂଳକ ନିୟମ କରିଛନ୍ତି ସରକାର।  କିମ୍ବା କିଣୁଥିବା ଲୋକ ବା ସଂସ୍ଥା ପାର୍ଟ ପ୍ଲଟ କିଣିପାରିବେ ନାହିଁ ବରଂ ପୂରା ପ୍ଲଟ କିଣିବାକୁ ପଡିବ। ପୂର୍ବ ସରକାର ସମୟରୁ ଏଭଳି ବ୍ୟବସ୍ଥା ଚାଲି ଆସୁଛି । ଏନେଇ ଜମି ମାଲିକ ମାନେ ଆଇନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ଭେଟି ନିରାଶ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ବିଷୟରେ ଅବଗତ କରିଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିୟମ ଆଣିବାକୁ ଦାବି ରଖିଛନ୍ତି। 

 ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସମସ୍ୟାର ସମାଧାନ ତଳ ସ୍ତରର ଅଫିସର ବା ନେତାଙ୍କ ଦ୍ୱାରା ହୋଇପାରୁ ନାହିଁ। ଅସଲରରେ ଏ ସମସ୍ୟା ସମାଧାନ କିଏ କରିବ ତାହା ବି ଅନେକଙ୍କୁ ଅଜଣା। ଯେଉଁଥିପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଜମିମାଲିକ ମାନେ। 

ସରକାରଙ୍କ ଏଭଳି କଟକଣା ଯୋଗୁଁ ଜମି ମାଲିକମାନେ, ଝିଅ ବାହାଘର କିମ୍ବା ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥ ହେଲେ, ଅସହାୟ ଅନୁଭବ କରୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଜମିର କିଛି ଅଂଶ ବିକ୍ରି କରି ପାରୁନାହାନ୍ତି। ସୂଚନା ଅନୁସାରେ ବିଡିଏ ସହ ବଡ଼ ବଡ଼ ଠିକା ସଂସ୍ଥା ଏଥିରେ ଲାଭବାନ ହେଉଛନ୍ତି। କେବଳ ଭୁବନେଶ୍ୱର ନୁହେଁ ବରଂ ଓଡିଶାର ବିଭିନ୍ନ ସ୍ଥାନରେ ସମାନ ଅବସ୍ଥା। ଜମି ମାଲିକ ଜମି ଦେବା ପରେ ଦଲାଲ ମାନେ ଏହାକୁ ପ୍ଳଟିଙ୍ଗ କରି ବିକ୍ରି କରିଦେଉଛନ୍ତି ପରେ କିଣିଥିବା ଲୋକ ଯଦି ଆପାର୍ଟମେଣ୍ଟ କିମ୍ବା ଡୁପ୍ଲେକ୍ସ ତିଆରି କରି ବିକ୍ରି କରିବାକୁ ଚାଁହୁଛି ତେବେ ସେଉଠୁ ଆରମ୍ଭ ହେଉଛି ସମସ୍ୟା। ଡିପ୍ଲେକ୍ସ ଓ ଆପାର୍ଟମେଂଟ ପଞ୍ଜିକରଣ ମଧ୍ୟ ବନ୍ଦ ରହିଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରେରା ଆକ୍ଟିଭିଷ୍ଟ। 

ତେବେ ଏହାର ସମାଧାନ ପାଇଁ ଆଗକୁ ଏକ କମିଟି ଗଠନ କରାଯାଇ ବିଭାଗୀୟ ସ୍ତରରେ ଏହାର ବିଚାର କରାଯିବ ବୋଲି ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe