ଆଜି ଉଦଘାଟନ ହେବ ବିଶ୍ବର ସର୍ବୋଚ୍ଚ ରେଳ ସେତୁ ; ଖର୍ଚ୍ଚ ହୋଇଛି ୪୪ ହଜାର କୋଟି

ଚେନାବ୍ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।  ଅଞ୍ଜିଠାରେ ପ୍ରଥମ କେବଲ୍ ବ୍ରିଜର ମଧ୍ୟ କରିବେ ଉଦଘାଟନ । ୨ ବନ୍ଦେ ଭାରତ ଟ୍ରେନର ବି ଉଦଘାଟନ ହେବ । ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ଉପହାର ମିଳିଛି ।

chenab

chenab Photograph: (KanakNews)

କନକ ବ୍ୟୁରୋ: ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚେନାବ ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚରେ ଅବସ୍ଥିତ ଚେନାବ ରେଳ ପୋଲ । ଏହାର ଦୈର୍ଘ୍ୟ ୧.୩୧୫ ମିଟର । ୪୬୭ ମିଟର ତୋରଣ ସ୍ପାନ୍ ଉପରେ ଅବସ୍ଥିତ । ଏହି ସେତୁ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ ।  ଏଥି ସହିତ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବଲ୍ ବ୍ରିଜ୍ ମଧ୍ୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । 

ଏହାର ଉଚ୍ଚତା ୧୯୩ ମିଟର, ଦୈର୍ଘ୍ୟ ୭୨୫ ମିଟର ଥିବା ବେଳେ ୨୯୦ ମିଟର ମେନ ସ୍ପାନ୍ ରହିଛି । ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ । ଏଥିସହ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିବ । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିବ । ମୋଟ ଉପରେ ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେବେ ନରେନ୍ଦ୍ର ମୋଦୀ । ସବୁଠୁ ବଡ଼ କଥା ହେଉଛି ଦୀର୍ଘ ୭୮ ବର୍ଷ ଧରି ଭାରତର କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଭାରତୀୟ ରେଳପଥର ଯେଉଁ ସ୍ବପ୍ନ ଥିଲା ତାହା ଏହି ରେଳ ପୋଲ ସହ ସାକାର ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe