କନକବ୍ୟୁରୋ :  ସରିଲା ଅନୁଭବ-ଜାଗୃତିଙ୍କ ବିବାହ  ।  ଦିଲ୍ଲୀରେ ବାନ୍ଧବୀ ଜାଗ୍ରତିଙ୍କ ହାତ ଧରିଲେ ଅଭିନେତା ଅନୁଭବ ମହାନ୍ତି ।   ଅଭିନେତ୍ରୀ ବର୍ଷାଙ୍କ ସହ ଛାଡ଼ପତ୍ର ପରେ ଗତକାଲି ଦ୍ବିତୀୟ ବିବାହ କରିଛନ୍ତି  ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି  ।  ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ହାତ ଧରିଛନ୍ତି ଅନୁଭବ। ଦିଲ୍ଲୀରେ ଏହି ହାଇପ୍ରୋଫାଇଲ୍ ବାହାଘର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ହୋଇଛି ।  ଉଭୟ ପକ୍ଷଙ୍କ ପରିବାର ଓ କିଛି ଖାସ୍ ଅତିଥିଙ୍କୁ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ।  

Advertisment

ସେପଟେ ଆଜି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିବାହ । ଗୋଆରେ ବାଜିବ ସାହାନାଇ ।   ପ୍ରଦୀପ ମଧ୍ୟ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ଆରମ୍ଭ କରିବେ ଜୀବନର ଦ୍ବିତୀୟ ଇନିଂସ ।  ଘରୋଇ ଓଡ଼ିଆ ଟିଭି ଚ୍ୟାନେଲରେ ସାମ୍ବାଦିକା ଥିବା ସୁଶ୍ରୀ ସଙ୍ଗୀତା ଓ ପ୍ରଦୀପ ମାଝୀ ଭୁବନେଶ୍ବରରେ ଏକାଠି ଜିମ୍ ଯିବାବେଳେ ହୋଇଥିଲା ପ୍ରେମ ।  ଦୀର୍ଘବର୍ଷର ପ୍ରେମ ସମ୍ପର୍କ ପରେ ପରସ୍ପରକୁ ଜୀବନସାଥୀ ଭାବେ ବାଛିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ  ।