ପୁଲିସକୁ କ୍ଲିନଚିଟ୍ ଦେଲେ ପୀଡ଼ିତାଙ୍କ ବାପା: ମୃତ୍ୟୁର କାରଣ ନେଇ ଦେଲେ ଏମିତି ବୟାନ

ସରକାର ଝିଅ ପାଇଁ ଯେତିକି ସହଯୋଗ କରିବା କଥା କରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଅନ୍ୟ କାହାର ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି ବୋଲି କହିଥିଲା ପୁଲିସ । 

62

Photograph: (kanak news)

କନକ ବ୍ୟୁରୋ: ପୁଲିସକୁ କ୍ଲିନଚିଟ୍ ଦେଲେ ପୀଡ଼ିତାଙ୍କ ବାପା । ମୃତ୍ୟୁର କାରଣ ନେଇ ଦେଲେ ଚାଞ୍ଚଲ୍ୟକର ତଥ୍ୟ । ଝିଅର ମାନସିକ ଚିନ୍ତା ପାଇଁ ଗଲା ଜୀବନ । ଝିଅର ମୃତ୍ୟୁକୁ ନେଇ ରାଜନୀତି ନକରି ତାର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ କଲେ ଅନୁରୋଧ । ସରକାର ଝିଅ ପାଇଁ ଯେତିକି ସହଯୋଗ କରିବା କଥା କରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଅନ୍ୟ କାହାର ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି ବୋଲି କହିଥିଲା ପୁଲିସ । 

ଆଜି ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାର ଲିଫ୍ଟ । ଜୁଲାଇ ୧୯ରେ ପୀଡ଼ିତାଙ୍କୁ ଜାଳିଥିଲେ ଦୁର୍ବୃତ୍ତ । ଘଟଣାରେ ତଦନ୍ତ ଜାରି ରହିଥିଲା । ବାରମ୍ୱାର ପୁଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲେ । ଦିଲ୍ଲୀ ଯାଇ ପୁଲିସର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe