କନକ ବ୍ୟୁରୋ : ଏଇ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ଟଙ୍କା । ପ୍ରଥମ ୨ଟି ପର୍ଯ୍ୟାୟରେ ଯେଉଁ ହିତାଧିକାରୀ ମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନେ ଆଉ ୧୦ ଦିନ ଭିତରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ । ତା ପରବର୍ତ୍ତୀ ୧୫ ଦିନରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଆଜି ବଲାଙ୍ଗିର ସଭାରୁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ କିସ୍ତିର ୫ ହଜାର ଟଙ୍କା ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ପାଇସାରିଛନ୍ତି । ଆଉ ଯେଉଁ ୪୦ ଲକ୍ଷରୁ ଅଧିକ ମହଳା ବାକି ରହିଯାଇଛନ୍ତି ସେମାନଙ୍କୁ ଏଇ ମାସ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୧୦ ଦିନ ଭିତରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ; ଦୁଇଟି କିସ୍ତିରେ ଟଙ୍କା ପାଇବେ ବଳକା ଥିବା ଯୋଗ୍ୟ ହିତାଧିକାରୀ
ଏଇ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ଟଙ୍କା । ପ୍ରଥମ ୨ଟି ପର୍ଯ୍ୟାୟରେ ଯେଉଁ ହିତାଧିକାରୀ ମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନେ ଆଉ ୧୦ ଦିନ ଭିତରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ । ତା ପରବର୍ତ୍ତୀ ୧୫ ଦିନରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ।