କନକ ବ୍ୟୁରୋ: ଛିଡା ହୋଇଥିଲା ଟ୍ୟାଙ୍କର, ହଠାତ ଧସିଗଲା ମାଟି । ମହାରାଷ୍ଟ୍ରର ପୁନେରୁ ଆସିଛି ଛାତିଥରା ଦୃଶ୍ୟ । ପୁଣେର ସିଟି ପୋଷ୍ଟ ଅଫିସ ପରିସରରେ ଏକ ସ୍ଥାନ ହଠାତ୍ ଭୁଶୁଡ଼ି ପଡ଼ିବାରୁ ତା’ ଭିତରେ ଏକ ବଡ଼ ସ୍ୱରେଜ ଟ୍ୟାଙ୍କର ଖସିପଡ଼ିଥିଲା। ଯାହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ ସ୍ୱରେଜ ଟ୍ୟାଙ୍କରଟି ଛିଡ଼ା ହୋଇଛି। କିଛି ସମୟ ପରେ ଜଣେ ବ୍ୟକ୍ତି ହାତରେ ଇସାରା ଦେଇ ଗାଡ଼ିକୁ ଆଗକୁ ନେବାକୁ ଡ୍ରାଇଭରଙ୍କୁ କହୁଛନ୍ତି। ଡ୍ରାଇଭର ମଧ୍ୟ ଧୀରେ ଧୀରେ ଗାଡ଼ିକୁ ଆଗକୁ ନେଉଛନ୍ତି। ତେବେ ହଠାତ୍ ମାଟି ଧସି ଯାଇଛି। ପାଣି ଟ୍ୟାଙ୍କର ପଛପଟୁ ମାଟି ଧସି ଯାଇଥିଲା। ଦେଖୁ ଦେଖୁ ମାଟି ଧସିବା ସ୍ଥାନଟି ଏକ କୂଆ ଆକାରର ହୋଇଯାଇଥିଲା ଓ ଟ୍ୟାଙ୍କରଟି ସେଥିରେ ଖସି ପଡ଼ିଥିଲା। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଅଳ୍ପକେ ଭର୍ତ୍ତି ଯାଇଥିଲେ।
Follow Us