କନକ ବ୍ୟୁରୋ: ବାପା ଗାଳି କରିବାରୁ ସହିନପାରି ଆତ୍ମହତ୍ୟା କରିଦେଲା ପୁଅ। ହେଲେ ମୃତ୍ୟୁ ପରେ ନା ଡାକ୍ତରଖାନାକୁ ଗଲେ ନା ପୋଲିସ ଥାନା। ତରବରିଆ ଭାବେ କରିଦେଲେ ପୁଅର ଶବ ସତ୍କାର । ଏହି ଘଟଣା ପରେ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ । ଭୁବନେଶ୍ୱର ଧଉଳୀ ପାଦଦେଶରେ ଥିବା କାଣ୍ଡି ସାହିରେ ଘଟିଛି ଏଭଳି ରହସ୍ୟମୟ ଘଟଣା ।
ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା-ମା । ଆଖିରୁ ଶୁଖୁନି ଲୁହ। ମାତ୍ର ୧୩ ବର୍ଷର ପୁଅକୁ ଆଖି ସାମ୍ନାରେ ହରାଇ କିଏ ବା ସହିପାରିବ । କିନ୍ତୁ ପୁଅର ମୃତ୍ୟୁ କେମିତି ହେଲା , କେଉଁ ଅବସ୍ଥାରେ ମିଳିଲା ମୃତ ଦେହ । ଏସବୁର ସଠିକ ଉତ୍ତର ଦେଇପାରୁନାହାଁନ୍ତି ବାପା-ମାଆ। ଆଉ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ପ୍ରଥମେ ମୃତ୍ୟୁ ଓ ପରେ ପୋଲିସକୁ ନଜଣାଇ ତରବରିଆ ଭାବେ ଶବ ସତ୍କାର କରିବା ଘଟଣା ସୃଷ୍ଟି କରୁଛି ଅନେକ ସନ୍ଦେହ।
ପାଠ ପଢା ପ୍ରତି ବୁବୁଲଙ୍କର ଆଗ୍ରହ ନଥିଲା । ସ୍କୁଲ ନଯାଇ ସାଙ୍ଗସାଥୀଙ୍କ ସହ ବୁଲୁଥିଲେ ବୁବୁଲ। ଏଥିପାଇଁ ବାପା ଆକଟ କରୁଥିଲେ। ଶୁକ୍ରବାର ସକାଳେ ବି ବାପା ଗାଳି ଦେଇଥିଲେ, ତାପରେ ଘରୁ ବାହାରିଯାଇଥିଲେ ବୁବୁଲ୍। ଆଉ କିଛି ସମୟ ପରେ ପଞ୍ଚବଟି ଆଶ୍ରମ ପରିସରରେ ମିଳିଥିଲା ବୁବୁଲର ଶବ। ଗାଁର କିଛି ମହିଲା ଜାଳ କାଠ ସଂଗ୍ରହ ପାଇଁ ଆଶ୍ରମ ପରିସରକୁ ଗଲାବେଳେ ଗଛରେ ଝୁଲନ୍ତା ଅବସ୍ଥାରେ ବୁବୁଲକୁ ଦେଖିଥିଲେ । ହେଲେ ସେତେବେଳକୁ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ବୁବୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/01/25/hjbZbNbTChBxhqEDjukN.jpg)