ରୁପା ମୁଦିରେ ବଳଙ୍ଗା ପୋଡ଼ି ରହସ୍ୟ! ସତ ସାମ୍ନାକୁ ଆଣିଲେ ଗହଣା ଦୋକାନୀ

ବଳଙ୍ଗା ନାବାଳିକା ପୋଡ଼ିଯାଇଥିବା ସ୍ଥାନରୁ ଉଦ୍ଧାର ରୁପା ମୁଦିକୁ ନେଇ ବଢ଼ୁଛି ରହସ୍ୟ । ମୁଦିଟି କିଣାଯାଇଥିବା ଗହଣା ଦୋକାନରେ ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଗହଣା ଦୋକାନୀଙ୍କୁ ଜେରା ପରେ ସାମ୍ନାକୁ ଆସିଛି ସତ । 

39

Photograph: (kanak news)

କନକ ବ୍ୟୁରୋ: ବଳଙ୍ଗା ମାମଲାକୁ ସାତ ଦିନ ବିତିଲାଣି । ଏବେ ବି ତଦନ୍ତକାରୀ ସଂସ୍ଥା ହାତ ଖାଲି । ଯେଉଁ ରୁପା ମୁଦିକୁ ନେଇ ରହସ୍ୟ ବଢ଼ୁଥିଲା, ତାହା ଜଣେ ପୁରୁଷଙ୍କର ବୋଲି ସ୍ପଷ୍ଟ କରିଛନ୍ତି ଗହଣା ଦୋକାନୀ । ପୀଡ଼ିତାଙ୍କ ସାଙ୍ଗ ଏହାକୁ ଅଢ଼େଇମାସ ତଳେ କିଣିଥିଲେ । ଘଟଣାସ୍ଥଳରୁ ଏହି ମୁଦିଟି ମିଳିଥିବାରୁ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଯାଇଛି । ସେପଟେ ଦିଲ୍ଲୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ ।   

ବଳଙ୍ଗା ନାବାଳିକା ପୋଡ଼ିଯାଇଥିବା ସ୍ଥାନରୁ ଉଦ୍ଧାର ରୁପା ମୁଦିକୁ ନେଇ ବଢ଼ୁଛି ରହସ୍ୟ । ମୁଦିଟି କିଣାଯାଇଥିବା ଗହଣା ଦୋକାନରେ ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଗହଣା ଦୋକାନୀଙ୍କୁ ଜେରା ପରେ ସାମ୍ନାକୁ ଆସିଛି ସତ । 

ରୁପା ମୁଦି ରହସ୍ୟ ଖୋଲିଲେ ଗହଣା ଦୋକାନୀ 
ମୁଦିଟି ଜଣେ ପୁରୁଷଙ୍କର ବୋଲି ସ୍ପଷ୍ଟ କରିଛନ୍ତି ଗହଣା ଦୋକାନୀ
ଅଢ଼େଇ ମାସ ତଳେ ମୁଦିଟିକୁ କିଣିଥିଲେ ପୀଡ଼ିତାଙ୍କ ସାଙ୍ଗ
ପ୍ରଶ୍ନ ଉଠୁଛି, ମୁଦିଟି ଘଟଣାସ୍ଥଳକୁ ଆସିଲା କେମିତି? 

ଘଟଣାକୁ ପ୍ରାୟ ସପ୍ତାହେ ବିତିଲାଣି, ହେଲେ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। କିଏ ନାବାଳିକାଙ୍କ ଦେହରେ ନିଆଁ ଲଗାଇଲା? କେଉଁମାନେ ତାଙ୍କୁ ଅପହରଣ କରିନେଇଥିଲେ? ତାର ଟେର୍‌ ମିଳୁନି । ତେଣୁ ଘଟଣାଦିନ କ’ଣ ହୋଇଥିଲା ଜାଣିବାକୁ ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ । ଅନୁମାନ କରାଯାଉଛି-

ପୀଡ଼ିତାଙ୍କୁ କ୍ରାଇମବ୍ରାଞ୍ଚର ସମ୍ଭାବ୍ୟ ପ୍ରଶ୍ନ 
ସେଦିନ ଘରୁ କେତେବେଳେ ବାହାରିଥିଲେ?
ଏକା ଯାଇଥିଲେ ନା କାହା ସାଙ୍ଗରେ ଯାଇଥିଲେ?
ସାଙ୍ଗ ସହ ଚିହ୍ନା ପରିଚୟ କେତେ ଦିନର?
ତାଙ୍କୁ କିଏ ଅପହରଣ କରିଥିଲେ ଓ କୁଆଡ଼େ ନେଇଥିଲେ?
ଅପହରଣ କରିନେଇଥିବା ୩ ଯୁବକଙ୍କୁ ସେ ଜାଣନ୍ତି କି?
ଶରୀରରେ ନିଆଁ କେମିତି ଲାଗିଲା?

ଇତ୍ୟାଦି ଏକାଧିକ ପ୍ରଶ୍ନ ପଚାରି ବୟାନ ରେକର୍ଡ କରିଛି ତଦନ୍ତକାରୀ ସଂସ୍ଥା। ଏପଟେ ତଦନ୍ତରେ ବିଳମ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ସୂଚନା ଅନୁସାରେ, କାଲି ଦିଲ୍ଲୀରୁ ଫେରିବ ତଦନ୍ତକାରୀ ଟିମ୍ । ପୀଡ଼ିତାଙ୍କ ବୟାନ ଆଧାରରେ ଆଗକୁ ତଦନ୍ତ ବଢ଼ିପାରେ। 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe